କୁଲିଆମାଲ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କୁଲିଆମାଲ ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଡି.ପି.ଇ ଓ ରୂପସିଂ ରାଉତ, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଉପସଭାପତି ପୁଷ୍ପାଞ୍ଜଳି ସାହୁ, ଏସଏମସି ଚେୟାର ପର୍ସନ କୀର୍ତ୍ତି ଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇଥିଲେ। ଦୁଇ ଖେଳ ଶିକ୍ଷକ ଅଶ୍ୱିନ କୁମାର ସାହୁ ଓ ଶୁଭ୍ରାଂଶୁ ଶେଖର ବେହେରାଙ୍କ ତତ୍ତ୍ଵାବଧାନରେ କ୍ରୀଡା ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦଯାପନୀ ଉତ୍ସବରେ ପୁରସ୍କାର ବିତରଣ କରାଯାଇଥିଲା। ଆଜିର ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ତଥା ବିଆରସି ଜୟ କୁମାର ମାଝୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଆଲେକଜାଣ୍ଡର ଫିଲିପ୍ ପ୍ରଧାନ ଶିକ୍ଷକ, ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ର ଗଠନ ଓ ଅଧ୍ୟବସାୟ ବଳରେ ଜୀବନରେ କୃତକାର୍ଯ୍ୟ ହେବାସହ ଦେଶର ସୁନାଗରିକ ହେବାପାଇଁ ଉତ୍ସାହିତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଯାମିନୀ ସାହୁ, ସିଆରସିସି ବୈକୁଣ୍ଠ ବେମାଲ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ନଳିନୀ କୁମାରୀ କହଁର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ଶିଶିର ସାହୁ ଓ କେ.ଶିବ କୁମାର ପୁରସ୍କାର ବିତରଣ କର୍ଯ୍ୟ ପରିଚାଳନା କରିଥିଲେ। ଦଶମ ଶ୍ରେଣୀ ଛାତ୍ର ତୁଷାର ବିଭାର ବର୍ଷର ଶ୍ରେଷ୍ଠ ଛାତ୍ର ( student of the year ) ୨୫୦୦ /- ଟଙ୍କା ରାଶି ଓ ଛାତ୍ରୀ ହେମାଙ୍ଗିନୀ ମଙ୍ଗରାଜ ବର୍ଷର ଶ୍ରେଷ୍ଠ ଛାତ୍ରୀ ପାଇଁ ( best academic ) ୧୦୦୦/- ଟଙ୍କା ଶହ ପୁରସ୍କୃତ ହୋଇଥିଲେ । ବିଭିନ୍ନ ନୃତ୍ୟ ଗୀତ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଭାଗନେଇ ଥିଲେ। ଶିକ୍ଷକ ଅନିଲ ନାୟକ ଉଦ୍ଘୋଷକ ଭାବରେ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଓ ଏସଏମସି ସଭ୍ୟ/ ସଭ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହେଇଥିଲା। ଶେଷରେ ବିଜ୍ଞାନ ଶିକ୍ଷକ ଦୀପକ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.