ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ସାରସ୍ଵତ ସାଧକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ କଟକସ୍ଥ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ବ୍ୟାସକବି ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଆଲୋଚନା ସଭାରେ ଏହି ଉତ୍ସବରେ ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ଓ ଫକୀରମୋହନଙ୍କ ସାଧନାମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ସରୋଜିନୀ ମିଶ୍ର, ରାଧାଶ୍ୟାମ ରାଉଳ, ତପନ କୁମାର ସ୍ୱାଇଁଙ୍କ ସହ ଗଜେନ୍ଦ୍ର କୁମାର ପାଣି, ନରେଶ ଚନ୍ଦ୍ର ରାୟମହାପାତ୍ର, ବରଦା ପ୍ରସନ୍ନ ଦାସ, ଉମାଶଙ୍କର ମିଶ୍ର, ମନୋରଂଜନ ମିଶ୍ର, ବିଦ୍ୟୁତ୍ କୁମାରୀ ଲାଲା, ସରସ୍ଵତୀ ପାତ୍ର, ଶରତ ଚନ୍ଦ୍ର ଦାଶ, କୁନ୍ତଳା ବେହେରା, ବିଶ୍ୱଜିତ୍ ପାତ୍ର, ଅରୁଣ କୁମାର ଅଗ୍ରୱାଲା, ଅଶୋକ କୁମାର ପଣ୍ଡା, ବ୍ରଜବନ୍ଧୁ ପୃଷ୍ଟି, ଦେବୁ ଚାଟାର୍ଜୀ, ବଦ୍ରିକା ନାଥ ଦାସ, ଶ୍ରୀବତ୍ସ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଫକୀରମୋହନଙ୍କ ଘଟଣାବହୁଳ ଜୀବନ ଓ ସାରସ୍ୱତ ପ୍ରତିଭାର ବହୁମୁଖୀ ଦିଗ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ମୁରଲୀଧର ଶତପଥୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.