ଜାନୁୟାରୀ ୨୫ରେ ଆୟୋଜିତ ହେବ ୧୫ତମ ମତଦାନ ଦିବସ

ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲା ସ୍ତରୀୟ ୧୫ତମ ମତଦାନ ଦିବସ। ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଶାଖା ତରଫରୁ ଭୋଟର ସଚେତନତା ଉପଲକ୍ଷେ ସାଧାରଣ ସଭା ଓ ସଚେତନତା ଶୋଭାଯାତ୍ରା ସହ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୫ ତାରିଖ ସକାଳ ୮ ଘଣ୍ଟା ସମୟରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ତହସିଲ କାର୍ଯ୍ୟାଳୟ, ନଳିନୀ ଛକ ଦେଇ ନୂତନ ଟାଉନହଲ ଠାରେ ପହଞ୍ଚିବ। ପରେ ପରେ ନିୟୁ ଟାଉନ ହଲ ଠାରେ ସଚେତନତା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୈଠକରେ ଉପ ଜିଲ୍ଲାପାଳ ତଥା ଇଆରଓ ସୋନପୁର ସୌମ୍ୟାରୁପା ରଥ, ତହସିଲଦାର ବୀରମହାରାଜପୁର, ଡେପୁଟି କଲେକ୍ଟର ଉପଜିଲ୍ଲାପାଳ କାର୍ଯ୍ୟାଳୟ ବୀରମହାରାଜପୁର, ଡି ଆଇପିଆରଓ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ବିଭାଗୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କଲେକ୍ଟର ନିର୍ବାଚନ ଶାଖା ଯଶସ୍ୱନି ପୋଥାଳ, ସ୍ୱାଗତ ବକ୍ତବ୍ୟ ସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ। ଚଳିତ ବର୍ଷ ଦିବସ ପାଳନ ଅବସରରେ ଶୀର୍ଷକ “ନଥିଙ୍ଗ ଲାଇକ ଭୋଟିଙ୍ଗ, ଆଇ ଭୋଟ ଫର ସିଓର “ରହିଥିବା ସୂଚନା ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.