ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମପାହାଡ଼ ଓ ଦେଶଣ୍ଢ ସ୍ଥିତ ଚାନ୍ଦିଲି ପାହାଡ଼ର ବିକାଶ ପାଇଁ ପର୍ଯ୍ୟଟନ ସଚିବ ବାଳବନ୍ତ ସିଂଙ୍କ ଠାରେ ଜନପ୍ରତିନିଧି ଦାବି ଉପସ୍ଥାପନା କରିଛନ୍ତି। ଆଜି ସଚିବ ବଲାଙ୍ଗୀର ଗସ୍ତରେ ଥିବାବେଳେ ବିଜାଖମନ ସ୍ଥିତ ଏସଆଇଏଚଏମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ଜନ ପ୍ରତିନିଧି ତାଙ୍କୁ ସାକ୍ଷାତ କରି ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ର କିମ୍ବଦନ୍ତୀ ଉପରେ ଅବଗତ କରାଇଥିଲେ। ଏଥିସହ ଦେଷଣ୍ଢ ସ୍ଥିତ ଚାନ୍ଦିଲି ପାହାଡ଼ର କିମ୍ବଦନ୍ତି ଉପରେ ଆଲୋଚନା କରିଥିଲେ। ଏଣୁ ଏହାର ବିକାଶ ପାଇଁ ଅନୁଦାନ ମଂଜୁର ପାଇଁ ଆଲୋଚନା କରିଥିଲେ। ଭୀମପାହାଡ଼ ପାଇଁ ଆହୁରି ୨୦ କୋଟି ଓ ଚାନ୍ଦିଲି ପାହାଡ଼ର କାରୁକାର୍ଯ୍ୟ ସମ୍ପୂର୍ଣ ପାଇଁ ୧୦ କୋଟି ଟଙ୍କା ଦାବି ଜଣାଇଥିବା ସୂଚନା ମିଳିଛି। ଏଥି ସହ ଦେଶଣ୍ଢ ମେହେର କଣ୍ଟାର ଉନ୍ନତି କାରଣ ପାଇଁ ୬ କୋଟୀ ୭୦ ଲକ୍ଷ ଟଙ୍କା ଡିପିଆରଙ୍କୁ ଅନୁମୋଦନ ପାଇଁ ଦାବି ଜଣାଇଥିଲେ।