ନର୍ଲା ହାଇସ୍କୁଲର ୬୬ ତମ ବାର୍ଷିକ ଉତ୍ସବ

ଛାତ୍ରଛାତ୍ରୀ ପାଠ ସହିତ କ୍ରୀଡାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ -ତପିମଣି ଜାନୀ, ବ୍ଲକ ଶିକ୍ଷାଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ ନର୍ଲାର ୬୬ତମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ପାଠ ସହିତ କ୍ରୀଡାକୁ ମଧ୍ୟ ଗୁରୁତ୍ୱ ଦେଇ ଏଥିରେ ନିଜ ନିଜ କ୍ୟାରିୟର ଗଠନ କରିବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

Omkar Vasthu
Omkar Vasthu

ଏଥିରେ ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡା ସମିତି ସଦସ୍ୟ, ବିଦ୍ୟାଳୟର ପୁରାତନ ଛାତ୍ର ଚିରଞ୍ଜିବୀ ଗୌଡିଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ପରିଚାଳନା ସମିତିର ସଭାପତି ଲଳିତ ରଣା, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅତିଥି ବୃନ୍ଦଙ୍କ ଗଣପତି ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ଅତିଥି ବୃନ୍ଦଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ଛାତ୍ରୀ ଶ୍ରଦ୍ଧାଞ୍ଜଳି ବିଶ୍ଵାଳ ପ୍ରଥମେ ମଞ୍ଚରେ ଭକ୍ତିପୂର୍ଣ୍ଣ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେଷଣ କରିଥିଲେ।ଇତ୍ୟବସରରେ ସିନିଅର ବ୍ୟାଚର ଦଶମ ଶ୍ରେଣୀର ଛାତ୍ର ଡୁନେଶ ନାଏକ ଓ ଜୁନିୟର ବ୍ୟାଚର ଛାତ୍ର ରୁଦ୍ରାକ୍ଷ ବାଗ ଙ୍କୁ ଚଳିତ ବର୍ଷର ଉତ୍ତମ ଛାତ୍ର ଭାବରେ ପୁରସ୍କୃତ କରାଯାଇଥିଲା। ସେହିଭଳି ଖୋଖୋ ଖେଳରେ ରାଜ୍ଯ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଯାଜ୍ଞପ୍ରଭା ଭୋଇ ଓ ମମି ସାହୁ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ପୂର୍ବାହ୍ନ ସମୟରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୩ ଘଣ୍ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର କର୍ମଚାରୀ କ୍ଷୀତିଶ ପୋଢ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ତେଜରାଜ ସାହୁ, ଶିକ୍ଷୟତ୍ରୀ ଶିଲା ପ୍ରହରାଜ ଓ ଛାତ୍ରୀ ଶିବାନୀ ଠାକୁର ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ ।

ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜ, ସସ୍ମିତା ସୁନାମୁଦି, ପ୍ରଶାନ୍ତ ସାହୁ, ଫାଲ୍ଗୁନି ରାଓ, ପିଇଟି ବୀଣାବାଦୀନୀ ବାଗ, ହିତେଶ ମେହେର, ତପନ ଦାସ,ଶିକ୍ଷୟତ୍ରୀ ସର୍ମିତା ସେଠୀ, ସୋନମରାଣୀ ପଧାନ, ସସ୍ମିତା ପଧାନ, ନିବେଦିତା ଗନ୍ତିଆ, ପ୍ରଣତି ବୈଦ୍ୟ, ମିନାକ୍ଷୀ ମିଶ୍ର, ଦେବୀ ସ୍ମିତା ନାଏକ, ଜ୍ୟୋତିର୍ମୟୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.