ପ୍ରଧାନ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ: ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ପ୍ରଧାନ ଶିକ୍ଷକ ୬ ଏବଂ ୭ ଶ୍ରେଣୀର ଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିଭିନ୍ନ ଇଙ୍ଗିତ କରୁଛନ୍ତି। ଆହୁରି ଛାତ୍ରୀ ମାନଙ୍କୁ ପଚାରୁଛନ୍ତି ମତେ ଭଲ ପାଉଛ କି ନାହିଁ, ତାହା ସହ ଅସଦାଚରଣ କରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ। ଏନେଇ ଗାଁରେ ବୈଠକ ପରେ ଗ୍ରାମବାସୀ ତଥା ସ୍କୁଲ ପରିଚାଳନା କମିଟି ତରଫରୁ ବଲାଙ୍ଗିର ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପ୍ରାୟ ଗୋଟିଏ ମାସ ହେବ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏପରି ଅସଦାଚରଣ କରୁଥିବା ସହ ସମ୍ବେଦନ ଶିଳ ଅଙ୍ଗକୁ ଛୁଉଁଥିବା ବେଳେ ଭୟରେ ଛାତ୍ରୀ ମାନେ ପରିବାର ଲୋକଙ୍କୁ କହୁନଥିଲେ। ଭୟରେ ସ୍କୁଲକୁ ମଧ୍ୟ ଛାତ୍ରୀ ମାନେ ପାଠ ପଢିବା ପାଇଁ ଯାଉନଥିଲେ। ହେଲେ ନିର୍ଯାତନା ଅସହ୍ୟ ହେବାରୁ ଜଣେ ଛାତ୍ରୀ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିବା ପରେ, ଗାଁ ଲୋକେ ଅନ୍ୟ ଛାତ୍ରୀ ମାନଙ୍କୁ ପଚାର ଉଚୁରା କରିଥିଲେ। ସମସ୍ତେ ସମାନ ଅଭିଯୋଗ କରିବା ପରେ, ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ। ସଦର ପୋଲିସ ତଦନ୍ତ ଆରମ୍ଭ କରି ଲୋଇସିଂହା ବି.ଇ.ଓ. ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍କୁଲ୍ ପ୍ରଧାନ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.