ମାତୃପିତୃ ପୂଜନ ଦିବସ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଳକ ଡୁଙ୍ଗୁରୀପାଲି ପଂଚାୟତ ଅନ୍ତଗତ ସାନ୍ତଉପେରଠାରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାତୃପିତୃ ପୂଜନ ଦିବସ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସହ-ଶିକ୍ଷକ ଆଦିତ୍ୟ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ଥ ଶ୍ରୀ ଆଶାରାମଜୀ ଆଶ୍ରମ କନ୍ଧକେଲଗାଁର ମନ୍ମଥ ଭାଇ ଏବଂ ମାଧବ ଭାଇ ଯୋଗଦେଇଥିଲେ। ଆସନ୍ତା ଫେବୃୟାରୀ ୧୪ ତାରିଖକୁ  ମାତୃପିତୃ ପୂଜନ ଦିବସ ଭାବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାଳନ କରିବା ସହ ଉକ୍ତ ଦିନ ନିଜ ମାତା,ପିତା ତଥା ଗୁରୁଜନମାନଙ୍କୁ ପୂଜା କରି ସେମାନଙ୍କ ଆର୍ଶିବାଦ ଗ୍ରହଣ କରିବାକୁ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୁଧାଂଶୁ ସିଂ ଭୋଇ, ମାନସ ରଂଜନ ସାହୁ, ଶିକ୍ଷୟତ୍ରୀ ତପସିନୀ ଦୀପ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ରଣା ଧନ୍ୟବାଦ ଜ୍ଞାପନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.