ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେଲା ‘ବିକଶିତ ଭାରତ’ ପ୍ରସଙ୍ଗରେ ଜାତୀୟ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ଵବିଦ୍ୟାଳୟରେ ‘ବିକଶିତ ଭାରତ’କୁ ମୁଖ୍ଯପ୍ରସଙ୍ଗ କରି ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆରମ୍ଭ ହୋଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ଅଧ୍ୟକ୍ଷତାରେ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ‘ବିକଶିତ ଭାରତ ଗଠନ ଦିଗରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଛି। ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ,

Omkar Vasthu
Omkar Vasthu

‘ନିଉ ଇଣ୍ଡିଆନ୍ ଏକ୍ସପ୍ରେସ’ର ରେସିଡ଼େଣ୍ଟ ଏଡିଟର ( ଭୁବନେଶ୍ବର) ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ମହାନ୍ତି ଓ ‘ଟାଇମସ ଅଫ ଇଣ୍ଡିଆ’ର ଚିଫ୍ ଅଫ୍ ବ୍ଯୁରୋ (ଭୁବନେଶ୍ବର) ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଅଶୋକ ପ୍ରଧାନଙ୍କୁ ନିଷ୍ଠାପର ସାମ୍ବାଦିକତା ଓ ଗଣଯୋଗାଯୋଗ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ହେତୁ ମାନପତ୍ର ସହ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। କୁଳପତି ନିଜ ଉଦବୋଧନରେ ଗଣମାଧ୍ୟମ ସହ ସମସ୍ତେ ନିଜ ନିଜ କ୍ଷେତ୍ରରେ ରହି ‘ବିକଶିତ ଭାରତ- ୨୦୪୭’ ଗଠନ ପ୍ରତି ବିଶେଷ ଅବଦାନ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଇଣ୍ଟରନ୍ୟାସନାଲ କାଉନସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ ଏବଂ ୟୁନିସେଫର ମିଳିତ ସହଯୋଗରେ ଆୟୋଜିତ ଏହି ଆଲୋଚନାଚକ୍ରରେ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର ବିଶ୍ଵଜିତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗଣତନ୍ତ୍ରରେ ‘ବିକଶିତ’ ଶବ୍ଦର ବ୍ୟବହାର, ଏହାର ଦିଗ ଓ ଉପନିବେଶବାଦ ସମ୍ପର୍କରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଫକୀର ମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ରାଜସ୍ଥାନ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ସଂଜୀବ ଭାନାୱତ, ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଓ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟର ପ୍ରଫେସର ପୀତବାସ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। ସାଂପ୍ରତିକ ସମୟରେ ପରିଲକ୍ଷିତ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ, ‘ବିକଶିତ ଭାରତ’ ଗଠନକୁ କେନ୍ଦ୍ର କରି ଭାରତୀୟ ଅର୍ଥନୈତିକ, ସାମାଜିକ ଓ ବିକାଶମୂଳକ ପରିବର୍ତ୍ତନ ଆଦି ବିଭିନ୍ନ ସଂଯୋଜିତ ବିଷୟବସ୍ତୁ ଗୁଡିକୁ ଆଲୋକପାତ କରିଥିଲେ। ‘ବିକଶିତ ଭାରତ’ ଲକ୍ଷ୍ଯରେ ସମ୍ମୁଖୀନ ହେବାକୁ ଥିବା ସମସ୍ତ ଆହ୍ବାନ ଓ ଏଥିରେ ଗଣମାଧ୍ୟମର ଭୂମିକାକୁ ପରିପ୍ରକାଶ କରିଥିଲେ।

ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ପ୍ରମୁଖ ସାମ୍ବାଦିକତା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ, ଗଣମାଧ୍ୟମରେ କାର୍ଯ୍ୟରତ ପ୍ରସିଦ୍ଧ ସାମ୍ବାଦିକ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିବା ଏହି ଆଲୋଚନାଚକ୍ରରେ ସାମ୍ବାଦିକତା ବିଭାଗୀୟ ମୁଖ୍ୟ ତଥା ଆଲୋଚନଚକ୍ରର ଆବାହକ ପ୍ରଫେସର ଭାରତୀବାଳା ପଟ୍ଟନାୟକ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଉଦବୋଧନ ଦେବା ସହ ମୂଖ୍ଯପ୍ରସଙ୍ଗ ସମ୍ପର୍କରେ ବିସ୍ତାର ସୂଚନା ଦେଇଥିଲେ।

ଆଲୋଚନାଚକ୍ରରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗଣମାଧ୍ୟମର ଭୂମିକା ତଥା ଅବଦାନ ସମ୍ପର୍କରେ ଆଲୋଚନା କରାଯିବ। ଏହି ସଂପର୍କିତ ଆୟୋଜିତ ଛଅଗୋଟି ବୈଷୟିକ ଅଧିବେଶନରେ ମୁଖ୍ଯତଃ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ନ୍ୟାୟ ପାଇଁ ଗଣମାଧ୍ୟମ: ଏକ ସ୍ଥାୟୀ ଏବଂ ସମାନ ‘ବିକଶିତ ଭାରତ’ ଗଠନ, ମିଡ଼ିଆ ନୀତିଶାସ୍ତ୍ର, ଏ.ଆଇ, ଏବଂ ‘ବିକଶିତ ଭାରତ’ର ଭବିଷ୍ୟତ: ଭୁଲ ସୂଚନା ବିରୋଧରେ ଲଢ଼ିବା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ନାଗରିକତାକୁ ପ୍ରୋତ୍ସାହିତ କରିବା, ‘ବିକଶିତ ଭାରତ’ ନିର୍ମାଣ: ଗଣମାଧ୍ୟମ, ସାହିତ୍ୟ, ଚଳଚ୍ଚିତ୍ର ଏବଂ ସମ୍ପ୍ରଦାୟ ସ୍ୱରର ଭୂମିକା, ‘ବିକଶିତ ଭାରତ’ ପାଇଁ ସ୍ୱାସ୍ଥ୍ୟ ନୀତି ଗଠନରେ ଗଣମାଧ୍ୟମର ଭୂମିକା: ଓକିଲାତି, ଯୋଗାଯୋଗ ଏବଂ ନୀତି ପ୍ରଭାବ, ମିଡ଼ିଆ ଏବଂ ଶିଶୁ ଅଧିକାର: ଓକିଲାତି ମାଧ୍ୟମରେ ‘ବିକଶିତ ଭାରତ’ ଗଠନ ଏବଂ ଯୁବ, ଗଣମାଧ୍ୟମ ସାକ୍ଷରତା ଏବଂ ‘ବିକଶିତ ଭାରତ’ର ଭବିଷ୍ୟତ ଆଦି ବିଭିନ୍ନ ସଂଯୋଜିତ ବିଷୟକୁ ଆଧାର କରି ଆଲୋଚନା କରାଯିବ।

ଏହି କାର୍ଯ୍ୟକ୍ରମର ମୁଖ୍ଯ ବିଷୟବସ୍ତୁ ଆଧାରରେ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ ପାଇଁ ପ୍ରାୟ ୯୦ରୁ ଉର୍ଦ୍ଧ ଗବେଷକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକା ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। କାର୍ଯ୍ୟକ୍ରମକୁ ଡ଼କ୍ଟର ସ୍ମିତି ପାଢ଼ୀ ସଂଚାଳନ କରିଥିଲେ ଓ ଡ଼କ୍ଟର ଅଶେଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.