ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଉଦଯାପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ:  ସୋନପୁର ରୟାଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ପ୍ରାଣୀ ସମ୍ପଦ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ କୃତ୍ରିମ ପ୍ରଜଜନ ଯୋଜନା, ଜାତୀୟ ପ୍ରାଣୀଧନ ଯୋଜନା, ଗୋ ସମ୍ପଦ ପାଇଁ ବୀମା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଘାସଚାଷ ଓ ମାଇ ବାଛୁରୀ ପାଳନ ପାଇଁ ଗୋପାଳକଙ୍କୁ ସହାୟତା ସମ୍ପର୍କରେ ମୁଖ୍ୟ ଅତିଥ୍‌ ଚାଷୀଙ୍କୁ ବୁଝାଇବା ସହ ଏହାର ଲାଭ ନେବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର ଉପଜିଲାପାଳ ଡ. ସୌମ୍ୟାରୂପା ରଥ, ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ଯକ୍ଷା ତାମସି ତାମସ୍ମିତା ନାୟକ, ବୌଦ୍ଧ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରାଓ ପାଲୋ, ସୁବର୍ଣ୍ଣପୁର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପରମାନନ୍ଦ ସେଠୀ, ସୁବର୍ଣ୍ଣପୁର ଜିଲା ମତ୍ସ୍ୟ ଅଧୁକାରୀ ବିଜୟ କୁମାର ସାହୁ ଓ ସମ୍ବଲପୁର ସ୍ଥିତ ସମଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ।

Pearl dental clinic
Near Ashish Medical Store, Bhawanipatna

ସୋନପୁର ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଭୀମଭୋଇ କଳା ପରିଷଦର କଳାକାରମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ମତ୍ସ୍ୟ ଚାଷ ପାଇଁ ଡୁଙ୍ଗୁରିପାଲି ବ୍ଳକର ମା ମାହେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠି, ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ପାଇଁ ବିନିକା ବ୍ଳକର ଗୁରୁବାରୀ ବାଗ, ଛେଳିପାଳନ ପାଇଁ ବୀରମହାରାଜପୁର ବ୍ଲକ ବିଶାଲପାଲିର ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠି ଓ ବ୍ରଏଲର କୁକୁଡା ପାଳନ ପାଇଁ ତରଭା ବ୍ଳକ ବଡଭଇଁରେ ପଞ୍ଚାୟତର ରୀନା ମେହେରଙ୍କୁ ଅର୍ଥ ରାଶି ଓ ମୋମେଣ୍ଟୋ ଦେଇ ପୁରସ୍କୃତ କରାଯାଇଥିଲା। ମମତା ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ମୃଣ୍ମୟ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅପରାହ୍ନରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ବିଶ୍ୱରଞ୍ଜନ ପଟ୍ଟନାୟକ, ବଲାଙ୍ଗୀର ମଣ୍ଡଳର ଉପ ମତ୍ସ୍ୟ ନିର୍ଦ୍ଦେଶକ ନୀଳାମ୍ବର କିଲାକା, ଅବସରପ୍ରାପ୍ତ ଜିଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ ଓ ଡ. ସରୋଜ ସାହୁ ଯୋଗଦାନ କରି ଚାଷୀଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ଅସୁବିଧା ସମ୍ପର୍କରେ ମତ ବିନିମୟ କରିଥିଲେ। ପରେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

Udyog Nursery
Udyogi Nursery

ଜିଲାର ୬ଟି ବ୍ଲକରୁ ଶତାଧ‌ିକ ଚାଷୀ ଏହି ମେଳାରେ ଯୋଗଦେଇ ବ୍ରଏଲର ଫାର୍ମ, ଛେଳି ପାଳନ, ଗୋପାଳନ, ଦୁଗ୍ଧ ପାଇଁ ଉନ୍ନ‌ତ କିସମର ଗାଈ , ବିଭିନ୍ନ କିସମର କୁକୁଡା ଚାଷ ସମ୍ପର୍କିତ ଜୀବନ୍ତ ପ୍ରଦର୍ଶନୀକୁ  ବୁଲି ଦେଖୁଥିଲେ। ସେହିପରି କୁକୁଡା ଚାଷ ଉପକରଣ, ଜଳ ବିଭାଜିକା ମିଶନ, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର, କୃଷି ବିଭାଗ, ମିଲେଟ୍ସ ମିଶନର ଷ୍ଟଲ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପସରା ଭଳି ଷ୍ଟଲ ଖୋଲା ଯାଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡାକ୍ତର ସୁନାକର ସାମଲ, ଡାକ୍ତର ହିମାଂଶୁ ମହା ସୁନ୍ଦର ପାଣ୍ଡେ, ସୁବ୍ରତ କୁମାର ପୁରୋହିତ, କମଳ ପ୍ରଧାନ, ଶୁଭକାଂକ୍ଷି ବେହେରା, ଝସକେତନ ପଶାୟତ, ପ୍ରିୟବ୍ରତ ପ୍ରଧାନ, ଦେବେନ୍ଦ୍ର ସାହୁ, ରଞ୍ଜିତ ବେଉରିଆ ଓ ସଞ୍ଜିବ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.