ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼କେନ୍ଦୁଗୁଡା ଗ୍ରାମର ଧର୍ମପରାୟଣ ପରୋପକାରୀ ବ୍ୟକ୍ତି ନିକୁଞ୍ଜ ବିହାରୀ ପଣ୍ଡାଙ୍କ ୭୨ ବର୍ଷରେ ପରଲୋକ ଘଟିଛି। ଗୁରୁବାର ରାତିରେ ତାଙ୍କ ବାସଭବନରେ ହୃଦଘାତରେ ପରଲୋକ ହୋଇଛି। ସେ ଜଣେ ଧର୍ମପରାୟଣ, ମେଳାପୀ, ପରୋପକାରୀ ମଣିଷ ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ଦେହାନ୍ତ ସମୟରେ ଦୁଇ ପୁଅ, ବୋହୂ, ଝିଅ ଜ୍ବାଇଁ ସହ ନାତି ନାତୁଣୀ ଉପସ୍ଥିତ ରହିଥିଲେ। ଶୁକ୍ରବାର ସକାଳୁ ସମ୍ପର୍କୀୟ ପରିଜନ ମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ ଗାଁ ସ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ଆଦିତ୍ୟ ନାରାୟଣ ପଣ୍ଡା ଓ ସାନ ପୁଅ ଅନନ୍ତ ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାରରେ ଶତାଧିକ ଲୋକଙ୍କ ସହ ଗ୍ରାମବାସୀ ସାମିଲ ହୋଇଥିଲେ।