ଆରକେଏସଏସ ସ୍ଵେଛାସେବୀ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରୁମୁଣ୍ଡା ଗ୍ରାମ କୋଠାଗୃହ ଆରକେଏସଏସ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଗଜପତି ସହାୟତାରେ ୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୬ ଜଣ ମହିଳା ଚାଷୀଙ୍କୁ ଖରୁରୀଗୁଡ ପ୍ରକ୍ରିୟାକରଣ  ତାଲିମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଡ଼ିଡ଼ିଏମ ନାବାର୍ଡ, ଶ୍ରୀ ପ୍ରତୀକ ପଣ୍ଡା, ଶ୍ରୀ ମନୋଜ କୁମାର ସାବତ ଡ଼ିଏଲଟି, ତାଲିମ ଦାତା, ସିଆରପି ପ୍ରେମଲତା ମଣ୍ଡଳ ଏବଂ ଖଜୁରୀଗୁଡ ସୋସାଇଟିର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ରଇତ ପ୍ରମୁଖ ଉପସ୍ଥିତ ଥିଲେ। ଆରକେଏସଏସ ଅନୁଷ୍ଠାନର ସଂଯୋଜକ ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଉଦେଶ୍ୟ ବୁଝାଇ ଥିଲେ। ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ, ଦଳ ପରିଚାଳନା, ଦଳର ଦଶାସୃତି କାର୍ଯ୍ୟକ୍ରମ, ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ, ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା:- କୃଷି ଓ ଉଦ୍ୟାନ ଭିତ୍ତିକ ସମେତ ନାବାର୍ଡ ଏବଂ କେସିସି ଋଣର ଅଭିଯାନରେ ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ଧୂପକାଠି ତିଆରି ଓ ସିଲାଇ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା,  ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ, ଫସଲ ବୀମା, ନିର୍ମାଣ ଶ୍ରମିକ ପଞ୍ଜୀକରଣ, ଫ୍ରେଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇ ଦେବା, ଏଟିଏମ: କାର୍ଡ ବ୍ୟବହାର , ସୁଭଦ୍ରା ଯୋଜନା ପଞ୍ଜୀକରଣ ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସମ୍ପର୍କରେ ବୁଝା ଯାଇଥିଲା। ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ, ସିଆରପି  ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। 

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.