ଦଶମ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଏନଗୁଡାରେ ସୋମବାର ନବମ ଶ୍ରେଣୀ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଉପେନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପରିଚାଳନା କମିଟି ସଦସ୍ୟ ଭଜମନ ନାଏକ, କୃଷ୍ଣଚନ୍ଦ୍ର ନାଏକ, ହରିଶ୍ଚନ୍ଦ୍ର ନାଏକ, ସାମ୍ବାଦିକ ଜଗଦୀଶ ନାଏକ, ଶିକ୍ଷକ ଘନଶ୍ୟାମ ବେହେରା, ଶୋଲପାଣି ଦାଶ, କପିଳେନ୍ଦ୍ର ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିବା ସହ ଆଗକୁ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ବିଦ୍ୟାଳୟର ନାଁ ଗୌରବାନିତ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ବିତେଇଥିବା ଦିନକୁ ନିଜ ନିଜ ବକ୍ତବ୍ୟରେ ବଖାଣି ଭାବ ବିହ୍ୱଳ ହୋଇ କାନ୍ଦି ପକେଇଥିଲେ। ପରେ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ଲକ୍ଷ୍ମୀଧର ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.