କର୍ଲାମୁଣ୍ଡା ବ୍ଲକରେ ବଜରଙ୍ଗ ଦଳର ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗ ଦଳ ପ୍ରଖଣ୍ତ ସଭାପତି ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବଜରଙ୍ଗଦଳ ପକ୍ଷରୁ ଏକ ସମାବେଶ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୁଧର୍ମ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ଅଶୋଭନୀୟ କାର୍ଯ୍ୟ ଓ କିଛି ଅସାମାଜିକ ଯୁବକ ହିନ୍ଦୁ ଦେବଦେବୀ ମାନଙ୍କ ପ୍ରତି ଦେଉଥିବା ଅଶାଳୀନ ମନ୍ତବ୍ୟ ପ୍ରତି ଆଗାମୀ ଦିନରେ ବଜରଙ୍ଗଦଳ ପ୍ରତିବାଦ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମାବେଶରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମତପ୍ରକାଶ କରିଥିଲେ। ଆୟୋଜିତ ସମାବେଶରେ  ସୁଶାନ୍ତ ମଲ୍ଲିକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ନୂତନ ଭାବେ ନିର୍ବାଚିତ ହୋଇଥିବା ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ସମ୍ମାନିତ ଅତିଥି ଯୋରାଡ୍ରବରା ମଣ୍ତଳ ସଭାପତି ଯୋତିଦ୍ର ସାହୁ, କର୍ଲାମୁଣ୍ଡା (କ) ଜୋନ ମଣ୍ତଳ ସଭାପତି ଡୋଳାମଣି ଭୋଇ, ପୂର୍ବତନ ମଣ୍ତଳ ସଭାପତି ସଂଜୟ ଜୈନ, ଚାଷୀ ନେତା ଦୟାନିଧି ସାହୁ ପ୍ରମୁଖ ଯୋଗଦେଇ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଆଗେଇ ନେବା ପାଇଁ ବକ୍ତବ୍ୟ ଦେଇଥିଲେ। ପରିଶେଷରେ ସମାଜସେବୀ ସରୋଜ ସାହୁଙ୍କୁ ବଜରଙ୍ଗ ଦଳ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଜ୍ୟୋତିରଞ୍ଜନ ପଧାନ, ହିମାଂଶୁ ରଣା ମହେନ୍ଦ୍ର ପ୍ରଧାନୀ ସିତାରାମ ପଟନାୟକ, ଗୁଣନିଧି ସାହୁ, ସୀତାରାମ ରଣା, ରଂଜନ ରଣା ପ୍ରମୁଖ ସହଯୋଗ କରିଥିବା ବେଳେ ସୁଧାଂଶୁ ଶେଖର ସାହୁ ଅତିଥି ପରିଚୟ ଦେବା ସହିତ ପରିଶେଷରେ ସଭାସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ୧୨ଟି ପଞ୍ଚାୟତର ବଜରଙ୍ଗଦଳ କର୍ମକର୍ତ୍ତା ଏବଂ ଭାରତୀୟ ଜନତା ପାର୍ଟିର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.