ଗାଁ ଲୋକଙ୍କୁ ଘାରିଛି ବାସନ୍ଦର ଭୟ: ଶବ ଦାହ କଲେ ମା’ ମାହେଶ୍ୱରୀ ସେନା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଘରେ ପଡ଼ି ରହିଥିଲା ଶବ। ଜାତି ସମାଜ କିମ୍ବା ବନ୍ଧୁ ପରିଜନ କେହି ଆସିନଥିଲେ। ସମସ୍ତଙ୍କୁ ଘାରିଥିଲା ବାସନ୍ଦ ଭୟ। ଶେଷରେ ମା’ ମାହେଶ୍ୱରୀ ସେନା କର୍ମକର୍ତ୍ତାମାନେ ଗାଁକୁ ପହଞ୍ଚି ଶବକୁ କାନ୍ଧ ଦେଇ ସସମ୍ମାନେ ସଂସ୍କାର କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ହାତୀସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଇକେନସିରା ଗ୍ରାମର ଶ୍ୟାମ କାଲସାଏଙ୍କ ସ୍ତ୍ରୀ ସବିତା କାଲସାଏ ମୃତ୍ୟୁବରଣ କରିଥିଲେ। ସେ ଯକ୍ଷ୍ମା ଓ କେନସର ରୋଗରେ ପିଡିତ ଥିଲେ ଏବଂ ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଅନ୍ୟ ଜାତିରେ ବିବାହ କରିଥିବା ହେତୁ ତାଙ୍କର ମର ଶରୀରକୁ ସତ୍କାର ପାଇଁ ଜାତିସମାଜ କେହି ବି ଆସିନଥିଲେ। ପରିବାରର ଏହି ଦୁଃଖଦ ସ୍ଥିତି ସମୟରେ ମା’ ମାହେଶ୍ବରୀ ସେନାର ସଦସ୍ୟମାନେ ମାନବିକତାର ପରିଚୟ ଦେଇ ଶବକୁ ବୋହି ସସମ୍ମାନେ ଶବ ସତ୍କାର କରିଛନ୍ତି। ମା’ ମାହେଶ୍ବରୀ ସେନାର ସଦସ୍ୟ ଧନୁର୍ଯ୍ୟୟ କରନ, ମନୋଜ ଖମାରୀ, ରମାକାନୁ ମେଶ୍ବା, ଅରୁନ ପଳତା, ବିରେନ୍ଦ୍ର ପାଣ୍ଡେ, ସୁରେଶ ଚନ୍ଦ୍ର କମ୍ପ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.