ପଣ୍ଡରିଯୋର ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସୁଶୀଲା ମେହେର, ଏଡିଇଓ ବିନୟନୀ କାଣ୍ଡ, ଜିଆରଏସ ଅନୀଲ ତାଣ୍ଡି, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ବନଛୋର, ବିଜେପି ଯୁବ ନେତା ରୁକବଲ ପୁଟେଲ, ପୂର୍ବତନ ସରପଞ୍ଚ ଦେବାର୍ଚ୍ଚନ ମାଝୀ, ଯୋଗାଣ ସହାୟକ ନାରାୟଣ ଯୁଏଡ଼, ପଣ୍ଡରିଯୋର ସ୍କୁଲର ସଭାପତି ସନ୍ତୋଷ ଧରୁଆ, ଓ୍ବାର୍ଡ ମେମ୍ବର ଉପେନ୍ଦ୍ର ମିର୍ଦ୍ଧା, ମୋ ସ୍କୁଲ ସଭାପତି ମହେଶ୍ୱର ମାଝୀ, ବିଛୁବାହାଲି ଉ:ପ୍ରା: ବିଦ୍ୟାଳୟର ସଭାପତି ଭାଦେବ ମହାନନ୍ଦ, ପଂଚାୟତ ୱାର୍ଡ ମେମ୍ବର ପରକ୍ଷିତ ବାଗ, ଟଙ୍କଧର ମାଝୀ, ରାଜୁ ଖୁରା, ଓ ପଞ୍ଚାୟତ ପିଅନ ଭରତ ଖରସେଲ, ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ବୈଠକରେ ନାଏବ ସରପଞ୍ଚ ଉପାସୁ ମହାନନ୍ଦ “ବିକଶିତ ଗାଁ ବିକଶିତ ଓଡିଶା” ଅଭିଯାନ ଅନୁସାରେ ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁରେ ଭଲ ରାସ୍ତା, ଡ୍ରେନ, ପାଠାଗାର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗ ରୁମ, ମାର୍କେଟ ସେଡ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗି, ଆଦି ନିର୍ମାଣ କରାଯିବା ସହ ଧାର୍ମିକ ପୀଠ, ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀ, ଶିକ୍ଷା ତଥା କ୍ରୀଡା ଭିତ୍ତି ଭୂମି ଆଦିର ବିକାଶ ମଧ୍ୟ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଗାଁର ପ୍ରତ୍ୟେକ ବର୍ଗର ଲୋକଙ୍କର ଭାଗିଦାରୀ ରହିବ। ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥି ନିମନ୍ତେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଜନଜାତିଙ୍କ ବିକାଶରେ ବିନିଯୋଗ ହେବ। ଏହା ଦ୍ୱାରା ମୌଳିକ ଭିତ୍ତି ଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ହେବ। ସେହି ପରି କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତି କରଣ ହେବ। ଶିକ୍ଷା ଓ କ୍ରୀଡା ଭିତ୍ତି ଭୂମିର ସମ୍ପ୍ରସାରଣ ଓ ଆଧୁନିକିକରଣକୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସିଆରପି, ଅଙ୍ଗନୱାଡ଼ି, ଆଶାକର୍ମୀ ଏବଂ ୬ ଗୋଟି ଗ୍ରାମର ଶତାଧିକ ମହିଳା, ପୁରୁଷ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ସରପଞ୍ଚ ଶ୍ରୀମତୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.