ଖଟଖଟିଆ ଉପ୍ରା ବିଦ୍ୟାଳୟରେ ବାର୍ଷିକୋତ୍ସବ, ସମ୍ବଲପୁରୀ ନୃତ୍ୟ ଓ ନାଟରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ: ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟା ସମୟରେ ଛାତ୍ରଛାତ୍ରୀ ମାନେ ଏକ ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଗ୍ରାମଦେବୀଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ଏହାପରେ ପ୍ରଥମ ଅଧିବେଶନକୁ ଏବିଇଓ ଦୁର୍ଗାଚରଣ ପ୍ରଧାନ ଉଦଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ନାଟ୍ୟକାର ହରିହର ପ୍ରଧାନ ଓ ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆ, ସିଆରସିସି ଶଶାଙ୍କ ପୋଢ଼,ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ବିଶ୍ୱଜିତ ବସ୍ତିଆ ଯୋଗ ଦେଇଥିଲେ। ଏ ଅବସରରେ ଛାତ୍ରଛାତ୍ରୀ ମାନେ ଗଳ୍ପ ଓ କବିତା ପଠନ କରି ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ବାର୍ଷିକୋତ୍ସବ ସଭା କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଶଥପଥି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ବିଦ୍ୟାଳୟର ଶୈକ୍ଷିକ ଦିଗ ଓ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ କିପରି ବିକାଶ ହୁଏ କହିଥିଲେ। ଅନ୍ୟତମ ଅତିଥିଭାବେ କଣ୍ଟାମାଲ ବିଇଓ ସାନୋଜ ସେଠୀ ଯୋଗଦେଇ ଶିକ୍ଷା କିପରି ବିଭିନ୍ନ ଲୋକଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରିଛି କହିଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼ ଦେବାଶିଷ ପାଣ୍ଡିଆ ଯୋଗ ଦେଇ ଶିଶୁମାନେ କିପରି ଭବିଷ୍ୟତ ଜୀବନକୁ ବିଦ୍ୟାଳୟରେ ଗଢ଼ନ୍ତି କହିଥିଲେ। ଅନ୍ୟମତ ଅତିଥି ଭାବେ ସମାଜସେବୀ ବିଜିତ ପ୍ରଧାନ ଯୋଗଦେଇ ଥିବାବେଳେ ଶିକ୍ଷକ ରଂଜୁ ଅମାତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଶିକ୍ଷକ ସମୀର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରତିବର୍ଷ ଭଳି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ ଶିକ୍ଷକ ଘନଶ୍ୟାମ ପାଢ଼ୀ, ସୂର୍ଯ୍ୟନାରାୟଣ ଦାସ ଓ ପ୍ରାକ୍ତନ ସ୍କୁଲ କମିଟି ସଭାପତି ମମତା ବସ୍ତିଆ, ନୃତ୍ୟ ନିର୍ଦେଶକ ସଂଜୟ ସାହୁ ଙ୍କୁ ସମ୍ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ନାଟ୍ୟକାର ହରିହର ପ୍ରଧାନଙ୍କ ରଚିତ ଓ ନିର୍ଦେଶୀତ ଅଣୁ ନାଟକ “ହୋପଲେସ” ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସୁନ୍ଦର ଅଭିନୟକରି ଦର୍ଶକଙ୍କ ମନମୋହିଥିଲେ। ବିଶେଷ କରି ଛାତ୍ରଛାତ୍ରୀ ଙ୍କ ସମ୍ବଲପୁରୀ ନୃତ୍ୟ ରସ ଜାମୁଡ଼ାଲି, କାଣା ହେଇଗଲା ଇଟା, ଫଟାଇଖାଇଲି ବେଲ, ଢଳିଆଖୁସା, ମୁଇଁ ତୋର ମଲିଟଗର ଗୀତରେ ମଧ୍ୟ ରାତ୍ର ଯାଏଁ ଦର୍ଶକ ଝୁମିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ବନିତା ମେହେର, ସ୍ନେହାପ୍ରଭା ମହାପାତ୍ର, ଶୈଳେନ୍ଦ୍ର ବସ୍ତିଆ, ନୃପମଣୀ ମହାଳିକ, ଦୀପ୍ତିମୟୀ ବୈଠାରୁ ରହିଥିବାବେଳେ ବିଦ୍ୟାଳୟର କର୍ମଚାରୀ ତ୍ରିଲୋଚନ ଡାଙ୍ଗ, ପୁରାତନ ଛାତ୍ର ସଂଜୀବ ବସ୍ତିଆ, ବାମନ ଚରଣ ମହାନ୍ତି, ତ୍ରିପୁର ପ୍ରଧାନ, ଅର୍ଜୁନ ପ୍ରଧାନ, ନେପାଳ ପଲିଆ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ପ୍ରାକ୍ତନ ଛାତ୍ର ଓ ଶିକ୍ଷକ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.