ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବ୍ଲକସ୍ତରୀୟ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ ଶିବିର ସଇଁତଳା ସରକାରୀ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୟ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ରେଡକ୍ରସ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚା ଇବା ପାଇଁ ନିଜ ବକ୍ତବ୍ଯରେ କହିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ନିଜ ବକ୍ତବ୍ଯରେ ରେଡକ୍ରସ ସ୍ବେଚ୍ଛାସେବୀମାନଙ୍କ ସେବା ମନୋଭାବ କାମ ପ୍ରଶଂସା ଯୋଗ୍ୟ ବୋଲି କହିଥିଲେ। ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ବିକାଶ ସାହୁ ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଦାୟିତ୍ବ ଓ ମାନବ ସେବା ସଂପର୍କରେ କହିଥିଲେ। ଆହତ ବ୍ୟକ୍ତିକୁ କିଭଳି ପ୍ରାଥମିକ ଚିକିତ୍ସା ଦିଆଯିବ, ବିଦ୍ୟାଳୟ ଗୁଡ଼ିକରେ ଜେଆରସି ୟୁନିଟ ଗଠନ, ସଡକ ସୁରକ୍ଷା ସଂପର୍କରେ ସାଧନକର୍ମୀ ରବୀନ୍ଦ୍ର ଠେଟୁଆଲ,ରାମ ନାରାୟଣ ଦାଶ,ପ୍ରଭାକର ଛନ୍ଦ କହିଥିଲେ। ବିଦ୍ୟାଳୟର ପରାମର୍ଶଦାତା ରଞ୍ଜିତା ମିଶ୍ର, ପଦ୍ମଜା ନନ୍ଦିନୀ ବହିଦାର, ବନମାଲି ସ୍ବାଇଁ, ହରେକୃଷ୍ଣ ତାଣ୍ଡି, ରାଜେନ୍ଦ୍ର ଦୋର, ତରୁଣ ପୋଢ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ। ଜିିଲ୍ଳାର ସଇଁତଳା, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକରୁ ୧୦୦ରୁ ଊର୍ଦ୍ଧ୍ବ ଜୁୁୁନିୟର ରେଡକ୍ରସ ପରାମର୍ଶଦାତା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଶେଷରେ ସଇଁତଳା ବ୍ଲକ ସଂଯୋଜକ ହେମନ୍ତ ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.