ଚମ୍ପାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଓ କ୍ରିଡ଼ା ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମହା ଆଡ଼ମ୍ବରରେ ବାର୍ଷିକ ଉତ୍ସବ ଓ କ୍ରିଡ଼ା ମହୋତ୍ସବ ୧୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳ ଦେବ ମୁଣ୍ଡ, ଲକ୍ଷ୍ମୀପ୍ରିୟା ମୁଦୁଲି, ଭରତ ଭୂଷଣ ସାହୁ, କ୍ଲଷ୍ଟର ସଂଯୋଜକ ସୌଭଗ୍ୟ ରଞ୍ଜନ ସାହୁ, ବରିଷ୍ଠ କିରାଣୀ ସୁକେଶ ମାଝୀ, ଶାହା ବାବୁ, କନିଷ୍ଠ କିରାଣୀ ସୁଶାନ୍ତ ମାଝୀ, ସାମ୍ବାଦିକ ନିଲେଶ କୁମାର ନାଗ,ସନ୍ତୋଷ ତୁଳ, ଗୋପାଳ ଦାସ ମହାନନ୍ଦ ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀସୁନା ବାର୍ଷିକ ବିବରଣୀ ମାଧ୍ୟମରେ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ବିଦ୍ୟାଳୟର ବିଭିନ୍ନ ସଫଳତାର ତଥ୍ଯ ପ୍ରଦାନ କରିଥିଲେ। କ୍ଲଷ୍ଟର ସଂଯୋଜକ ଶ୍ରୀସାହୁ ବିଦ୍ୟାଳୟ ସ୍ତରରେ ବାର୍ଷିକ ଉତ୍ସବ ପାଳନର ଉଦ୍ଦେଶ୍ଯ ବିଷୟରେ ଆଲୋକପାତ କରିବା ସହିତ ବାର୍ଷିକ ଉତ୍ସବ କିଭଳି ଶିକ୍ଷାର ଏକ ନିରବିଚ୍ଛିନ୍ନ ଅଙ୍ଗ ସେ ସମ୍ବନ୍ଧେ ଦର୍ଶାଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଗୀତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ସଫଳତା ପାଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରି ଉତ୍ସାହିତ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପରମାନନ୍ଦ ପ୍ରଧାନୀଙ୍କ ସମେତ ସମସ୍ତ ଅଭିଭାବକ ଏବଂ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଶିକ୍ଷକ ରତିକାନ୍ତ ସେଠି, କାର୍ତ୍ତିକ ସେଠି ଉତ୍ସବର ମଞ୍ଚକୁ ଖୁବ୍ ସୁନ୍ଦର୍ ଭାବରେ ପରିଚାଳନା କରିଥିଲେ। ପୁରସ୍କାର ବିତରଣରେ ଗଣେଶ ଠେଲା, ରୁନି ସାହୁ, ଜୟଶ୍ରୀ ସ୍ଵାଇଁ, ଟୁନିଲତା ସ୍ଵାଇଁ, ଜଗନ୍ନାଥ ହରିଜନ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ପୁରନ୍ଦର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.