ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀ ସୁଧୀର ନେଗୀ ବିଜ୍ଞାନରଭୂମିକା, ମହତ୍ୱ ଏବଂ ବର୍ତମାନ ସମୟ ପାଇଁ କେଉଁ କେଉଁ ଦିଗରେ ଆବଶ୍ୟକ ଏହି ବିଷୟରେ ବକ୍ତ୍ୟବ ପ୍ରଦାନ କରିଥିଲେ। ପ୍ରୋଜେଟର ମାଧ୍ୟମରେ ଶିଶୁଙ୍କୁ ଭାରତର ପ୍ରମୁଖ ବୈଜ୍ଞାନିକଙ୍କ ଜୀବନୀ ଏବଂ ଅବଦାନବିଷୟରେ ଦେଖାଯାଇଥିଲା। ତିନୋଟି ବିଭାଗକୁ ନେଇ କୁଇଜ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିଶୁଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଜ୍ଞାନ ପ୍ରୋଜେକ୍ଟ ପ୍ରଦର୍ଶନ ହୋଇଥିଲା। ଏହି ସବୁ ଦାୟିତ୍ୱ ରୁଦ୍ରନାରାୟଣ ସିଂ, କୌସ୍ତୁଭ ମଣି ବାଗ, ରାଜେଶ୍ୱରୀ ରଥ, ସବିତା ପାଲୋ ଏବଂ ବନଶ୍ରୀ ଦାଶ ନେଇଥିଲେ। ଏହି ଅବସରରେ ଦୀର୍ଘ ବର୍ଷରୁ କାର୍ଯ୍ୟରତ ଥିବା ବରିଷ୍ଠ ଗୁରୁମା ଶ୍ରୀମତୀ ଝୁନଲତା ରାଉତଙ୍କୁ ବିଦାୟକାଳୀନ ସମ୍ଭର୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା। ବ୍ୟକ୍ତିଗତ କାରଣରୁ ଅବସରସମୟ ପୂର୍ବରୁ ସେ ବିଦ୍ୟାଳୟର ଶିକ୍ଷାଦାନରୁ ଅବସର ନେଲେ ତେଣୁ ଛାତ୍ର ଛାତ୍ରୀଏବଂ ସମସ୍ତ ଗୁରୁଜୀ ଗୁରୁମା ଅଶ୍ରୁଳନୟନରେ ବିଦାୟ ଦେଇଥିଲେ ଛାତ୍ର ବତ୍ସଳ ଝୁନୁ ଗୁରୁମାଙ୍କୁ। ବକ୍ତବ୍ୟ ସହ ଧନ୍ୟବାଦ ଦେଇଥିଲେ ପ୍ରାଧନ ଆଚାର୍ଯ୍ୟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.