କଳାହାଣ୍ଡିରେ ବାଇକ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଭବାନୀପାଟଣା ସ୍ଥିତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ନୂତନ ବାଇକ୍ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି। ଆଜି ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ମିନତୀ ଲତା ଦାଶ ଆନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଟାଟା ପାୱାର ୱଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରି ବ୍ୟୁସନ୍ ଲିମିଟେଡ୍‌ (TPWODL) ର ସିଏସଆର ମୁଖ୍ୟ ଅରୁଣା ମାରାଣ୍ଡି ଏବଂ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି କାଳାହାଣ୍ଡିର ଏକଜିକ୍ୟୁଟିଭ ଡିରେକ୍ଟର ଡାକ୍ତର ଯେମା ଜୋସେଫ ଏଡାସେରୀ (ଡା. ଆକ୍ୱିନାସ, ମେଡ଼ିସିନ ବିଶେଷଜ୍ଞ) ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବା ଥୁଆମୂଳ ରାମପୁର ବ୍ଲକର କେରପାଇ ଏବଂ ସିଲେଟ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାକୁ ସୁଗମ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି। ଏହି ନୂତନ ସେବା ଲୋକମାନଙ୍କୁ ଆକସ୍ମିକ ସେବା ଦେବାକୁ ଭଦ୍ଦିଷ୍ଟ ବିଶେଷକରି ଦୁର୍ଗମ ସ୍ଥାନ ମାନଙ୍କରେ ଯେଉଁଠାରେ ପାରମ୍ପାରିକ ଆମ୍ବୁଲାନ୍ସ, ସେବା ପହଞ୍ଚାଇବାରେ ସଂକଟର ସମ୍ମୁଖୀନ ହୋଇଥାଏ। ବାଇକ୍ ଆମ୍ବୁଲାନ୍ସଟି ପ୍ରଶିକ୍ଷିତ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଟାଟା ପାୱାର ୱେଷ୍ଟର୍ନ ଓଡିଶା ଡିଷ୍ଟ୍ରୀ ବ୍ୟୁସନ୍ ଲିମିଟେଡର ସିଏସଆର ସହାୟତାରେ ଏହି ସ୍ବାସ୍ଥ୍ୟ ସେବା ଗ୍ରାମୀଣ ସମୁଦାୟ ନିମନ୍ତେ ଉଦ୍ଦିଷ୍ଟ। ସୁସ୍ଥ୍ୟ ସ୍ଵରାଜ ସୋସାଇଟି ଏହି ସେବାର ପରିଚାଳନା ଦାୟିତ୍ଵ ହାତକୁ ନେଇଛି, TPWODL ର ଏହି ସହଯୋଗ ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସ୍ବାସ୍ଥ୍ୟ ସ୍ବରାଜ ଏକ୍ସକ୍ୟୁଟିଭ୍ ଡିରେକ୍ଟରଙ୍କ ମତରେ ଏହି ସହାୟତା କେବଳ ଆକସ୍ମିକ ସ୍ବାସ୍ଥ୍ୟ ସହାୟତା ପ୍ରଦାନ କରିବ ନାହିଁ, ବରଂ ଏହା ଅପହଞ୍ଚ ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଏକ ସ୍ଥାୟୀ ମଡେଲ ସୃଷ୍ଟି କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.