ଟିପିଡବ୍ଲଓଡିଏଲ ପକ୍ଷରୁ ୩ ଉପଭୋକ୍ତା ପୁରସ୍କୃତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଉପଖଣ୍ଡ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଜି (ପେ ଆଣ୍ଡ ୱିନ) ସ୍କିମ୍ ଜରିଆରେ ୩ଜଣ ଉପଭୋଚ୍ଛାଙ୍କୁ ପୁରସ୍କୃତ କରାଯାଇଛି। ସଠିକ ସମୟରେ ବିଦ୍ୟୁତ ବିଲ୍ ପୈଠ କରିଥିବା ଉପଭୋକ୍ତାଙ୍କୁ ନେଇ ଲଟେରୀ ଜରିଆରେ ଚୟନ କରାଯାଇଥିଲା। ପୁରସ୍କୃତ ହୋଇଥିବା ବ୍ୟକ୍ତିମାନେ ହେଲେ ସୋନପୁର ସେକ୍ସନର ସୁଭ୍ରାଂଶୁ ଶେଖର ମିଶ୍ର, ଖାରୀ ସେକ୍ସନର ଦେବ ମେହେର ଏବଂ ତରଭା ସେକ୍ସନର ବଶିଷ୍ଟ ପ୍ରଧାନ । ଏମାନଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ତଥା ସାମ୍ବାଦିକ ବିବେକାନନ୍ଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ସୋନପୁର ଉପଖଣ୍ଡ ଅଧିକାରୀ ବିବେକାନନ୍ଦ ଦୀକ୍ଷିତ୍, ଡିଭିଜନ୍ ଆରସିଏମ ସତିଶ କୁମାର, ଡିଏଫଏମ ଅବଧୂତ ପ୍ରଧାନ, କମରସିଆଲ ଅଫିସର ପବିତ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଉପଭୋକ୍ତାଙ୍କୁ ପୁରସ୍କୃତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.