ରୋଗୀଙ୍କ କାମରେ ଆସୁନାହିଁ ଜୁନାଗଡ଼ ରକ୍ତ ସଂରକ୍ଷଣ କେନ୍ଦ୍ର 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରକ୍ତ ସଂରକ୍ଷଣ କେନ୍ଦ୍ର ଦୀର୍ଘ ୭ ବର୍ଷ ହେଲା ରୋଗୀ ମାନଙ୍କ କାମରେ ଆସୁନାହିଁ। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୩୪ ଟି ପଞ୍ଚାୟତର ଜନ ସାଧାରଣଙ୍କ ସହ ଜିଲ୍ଲାର ଅନ୍ୟ ବ୍ଲକର ଲୋକମାନେ ମଧ୍ଯ ର୍ନିଭର କରିଥାନ୍ତି । ରକ୍ତ ସଂରକ୍ଷଣ କେନ୍ଦ୍ର ବନ୍ଦ ରହି ଥ‌ିବାରୁ ରୋଗୀ ମାନେ ରକ୍ତ ପାଇଁ ଧର୍ମଗଡ଼ ଏବଂ ଭବାନୀପାଟଣା ଡାକ୍ତର ଖାନାକୁ ଦୌଡ଼ିଥାନ୍ତି  । ଯାହା ଫଳରେ ଲୋକେ ଯିବା ଆସିବାରେ ସେମାନେ ଖର୍ଚ୍ଚାନ୍ତ ହୋଇଥାନ୍ତି ।ପ୍ରକାଶ ଥାଉକି ୨୦୧୧ ମେ ୬ ତାରିଖରେ ଜୁନାଗଡ଼ରେ ରକ୍ତ ସଂରକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଥିଲା । ୨୦୧୯ ଯାଏଁ ଏହା ଠିକ ଭାବରେ କାର୍ଯ୍ୟକାରୀ ହୋଇଥିଲା। ମାତ୍ର କୋଭିଡ ପର ଠାରୁ ଏହି କେନ୍ଦ୍ର ବନ୍ଦ ହୋଇପଡିଛି । ଏଥି ପ୍ରତି କାହାର ମଧ୍ୟ ଦୃଷ୍ଟି ପଡନାହିଁ । ଏଣୁ ନିର୍ବାଚିତ ପ୍ରତିନିଧ୍ କିମ୍ବା ଜିଲ୍ଲା ପ୍ରଶାସନ ଏହି ରକ୍ତ ସଂରକ୍ଷଣ କେନ୍ଦ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କଲେ ଅଞ୍ଚଳବାସୀ ସୁବିଧା ସୁଯୋଗ ପାଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.