ତାରାତାରିଣୀଙ୍କ ୨ୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ଵିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଛି | ପାହାଡ ଚତୁପାର୍ଶ୍ବ ସୁସଜ୍ଜିତ ପୁଷ୍ପ ମାଳରେ ମଣ୍ଡିତ ହୋଇ ଥିଲାବେଳେ, ତାହା ଭକ୍ତଙ୍କୁ ବେଶ ଆକର୍ଷିତ କରିଥିଲା | ଗତକାଲି ରାତ୍ର ତିନି ଘଣ୍ଟ ସମୟରେ ମାଆଙ୍କ ସବୁ ନୀତିକାନ୍ତି ଆଳତି ପରେ ପହୁଡ଼ ଖୋଲା ଯାଇଥିଲା | ପରେ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା । ଭୋର ୪ ଟାରେ ସାହାଣ ମେଲା ହୋଇଥିଲା । ମା’ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ | ମୁଣ୍ଡନ କାର୍ଯ୍ୟ ରାତ୍ର ଏକ ଘଣ୍ଟାରୁ ଆରମ୍ଭ ହୋଇଥିଲା | ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ପାଳ, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଛତ୍ରପୁର ଅତିରିକ୍ତ ଦୁଇ ଏସପି ରଞ୍ଜନ କୁମାର ପୃଷ୍ଟି, ପ୍ରଶାନ୍ତ କୁମାର ଦାଶ, ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକ, ଦେବୋତ୍ତର ଇନ୍ସପେକ୍ଟର ପୁଷ୍ପିତା ବେହେରା, ବିଡିଓ ଶରତ କୁମାର ପାତ୍ର, ତହସିଲଦାର ତଥା ଏନଏସି ନିର୍ବାହୀ ଅଧୂକାରୀ ଗୋବିନ୍ଦ ଡନସେନା, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଟିକେ ରେଡି ଓ ପ୍ରଶାନିକ ଅଧିକାରୀମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ | ଏହା ସହ ୧୪ ପ୍ଲାଟୁନ ପୋଲିସ ଅଗ୍ନିଶମ ବାହିନୀର ଅଧିକାରୀ, ଭାଟ କୁମରଡ଼ା ଓ ପୁରୁଷୋତ୍ତମପୁର ମେଡିକାଲ ଷ୍ଟାଫ, ବ୍ଲକ ନିର୍ବାହୀ ଜନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଜନ୍ତ୍ରୀ ନାଗ ଭୂଷଣ ଯାଦବ, ବିଭିନ୍ନ ସ୍ଥାନରୁ ଆସିଥିବା ସ୍ଵେଛା ସେଵୀ ସଙ୍ଘ, ବ୍ଲକ ଷ୍ଟାଫ, ତହସିଲ ଷ୍ଟାଫ, ପୁରୁଷୋତ୍ତମପୁର ଏନଏସି ଷ୍ଟାଫ,ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ଏବଂ ସମସ୍ତ ସେବାୟତ ବେଙ୍କ ଷ୍ଟାଫ, ଥାନା ଷ୍ଟାଫ ମାନଙ୍କ ସହଯୋଗ ରେ ଯାତ୍ରା ଶାନ୍ତି ଶୃଙ୍ଖଳାରେ ହୋଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.