ଓଡ଼ିଆ ବାର୍ତ୍ତା/ ବୁର୍ଲା: ବୁର୍ଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ବେଟୀ ବଞ୍ଚାଅ ବେଟୀ ପଢ଼ାଅ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରୀ ଏବଂ ଶିଶୁ ମାନଙ୍କର ଅଧିକାର ସବୁ କ’ଣ କ’ଣ ରହିଛି ଉଲ୍ଲେଖ କରିବା ସହିତ ନିଜକୁ ବାହ୍ୟ କୁ ପ୍ରଭାବରୁ ଦୁରେଇ ରଖିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶୁଶ୍ରୀ ସଂଗୀତା ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବାଦ୍ୟାଳୟ ପରିଚାଳନା ସମିତି କର୍ମକର୍ତ୍ତା, ଛାତ୍ରୀ, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।