ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଏକ୍ସ ବୋର୍ଡ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ଓ ଷୋଳ ଘର କ୍ଲଷ୍ଟର ସିଆର ସିସି ପ୍ରତାପ କୁମାର ପଣ୍ଡା ଙ୍କ ମିଳିତ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ବିଇଓ ଏସ ଗିରିଧର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଏବିଓ କିଶୋର ଚନ୍ଦ୍ର ସାହୁ, ଗଞ୍ଜାମ ଜିଲ୍ଲା ଓୟୁଜେ ର ସଭାପତି ସଦାଶିବ ପଣ୍ଡା, ବରିଷ୍ଟ ଗଣ ମାଧ୍ୟମ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ପୁରୁଷୋତ୍ତମ ପୁର କୋର୍ଟ ର ସରକାରୀ ପ୍ରଶକ୍ୟୁଟର କୃଷ୍ଣ ଚନ୍ଦ୍ର ଗୌଡ଼, ଷୋଳ ଘର ଯୁବ ସମିତି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ହିଣ୍ଡୁଳା ପ୍ରାଥମିକ ସ୍କୁଲ ର ପ୍ରଧାନ ଶିକ୍ଷକ ସଦାନନ୍ଦ ବସନ୍ତିଆ, ସେହି ସ୍କୁଲ ର ସମ୍ବଳ ଶିକ୍ଷକ ଟପୁ ସିଂ, ଓ ଗୋଷ୍ଟି ଶିକ୍ଷା ଅଫିସ ର ଏକାଉଣ୍ଟେଟ ଲିଚୁ ପାତ୍ର,ଏବଂ ଭାଟ କୁମରଡ଼ା କ୍ଲଷ୍ଟର ର ସିଅରସି ସି ଏସ ଲକ୍ଷ୍ମୀ ନାରାୟଣ ପାତ୍ର, ସାମ୍ବାଦିକ ଅନନ୍ତ ଦାଶ ମଞ୍ଚାସିନ ଥିଲେ | ଉପସ୍ଥିତ ସମସ୍ତ ଅତିଥି ପ୍ରଭୁ ଜଗତ ର ନାଥ ଶ୍ରୀଜଗନ୍ନାଥ ଙ୍କ ପାଦପଦ୍ମତଳେ ପ୍ରଣିପାତ କରି ପୁଷ୍ପ ମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ | ସିଆରସିସି ପ୍ରତାପ କୁମାର ପଣ୍ଡା ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | କ୍ଲଷ୍ଟର୍ ର ପ୍ରତ୍ୟେକ ବିଦ୍ୟାଳୟ ରୁ ଜଣେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିବା ବେଳେ ପାଞ୍ଚଜଣ ଦକ୍ଷ ସାଧନ କର୍ମୀ ଯୋଗଦେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ।ମୁଖ୍ୟ ଅତିଥି ଏସ ଗିରିଧାର ତାଙ୍କ ବକ୍ତବ୍ୟ ରେ ଶ୍ରେଣୀ ଭିତ୍ତିକ ଓ ବିଷୟ ଭିତ୍ତିକ ଉପକରଣଶିକ୍ଷକ, ଶିକ୍ଷୟତ୍ରୀ ମାନେ ପ୍ରସ୍ତୁତ କରି ନିଜ ବିଦ୍ୟାଳୟ ରେ ପିଲାଙ୍କୁ ଶିକ୍ଷାଦାନ କରି ଶିକ୍ଷାର ମାନ ବୃଦ୍ଧି କରିପାରିବା ସହିତ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ମତ ଦେଇଥିଲେ | ଅନ୍ୟ ଅତିଥି ମାନେ ଏହି ଟିଏଲ ଏମ କାର୍ଯ୍ୟକ୍ରମ ଯୋଗୁଁ ଛାତ୍ର, ଛାତ୍ରୀଙ୍କ ନିମନ୍ତେପାଠ ପଢା ରେ ବହୁତ ସୁବିଧା ହୋଇ ପାରିବ ବୋଲି କହିଥିଲେ | ବୈଠକ ଶେଷରେ ଅତିଥି ମାନେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ଜିନିଷ କୁବୁଲି ଦେଖିଥିଲେ | ଏହି କାର୍ଯ୍ୟକ୍ରମ ରେ ଷୋଳଘର ସ୍କୁଲ ସହିତ ଅନ୍ୟ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ | ସମସ୍ତ ଅତିଥି ମାନଙ୍କୁ ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ |