ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ଗାଁରେ ହର୍ଷ ଉଲ୍ଲାସର ସହ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସରୋଜ ମାଝୀ, ସରୋଜିନୀ ମାଝୀ କର୍ତ୍ତା ତଥା ବିଶ୍ୱରଞ୍ଜନ ଆଚାର୍ଯ୍ୟ ପୂଜକ ଦାୟିତ୍ୱ ତୁଲାଇଥିଲେ | ନାମଯଜ୍ଞ ପରିଚାଳନା କମିଟି ସଭାପତି ପୁରନ୍ଦର ମାଝୀ, ଉପସଭାପତି କାର୍ତ୍ତିକ ଭୋଇ, ସମ୍ପାଦକ ହେମବନ୍ତ ମହାଲିଙ୍ଗ, ସହସମ୍ପାଦକ କିଶୋର ଭୁଏଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ନାମଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ | ଅର୍ସାତୁଲା, ପୁଡ଼ିସରା, ଆମ୍ବଘାଟ, ଗୁଡ଼ିଘାଟ, କୁମ୍ଭାରଖୁନ, କୁସୁମଖାଲ ସମେତ ୧୮ଟି ସଂକୀର୍ତ୍ତନ୍ୟ ଦଳ ଏଥିରେ ସାମିଲ ହୋଇଥିଲେ | ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସାମଗମ ହୋଇଥିବା ବେଳେ ମୀନାବଜାର ଲୋକଙ୍କ ପ୍ରମୁଖ ଆକର୍ଷଣ ରହିଥିଲା |