ଭାଟ କୁମରଡ଼ା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟ କୁମରଡ଼ା ପ୍ରାଥମିକ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା ଓ ଭାଟ କୁମରଡ଼ା କ୍ଲଷ୍ଟରର ସିଆରସିସି ଏସ ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ମିଳିତ ସଂଯୋଜନାରେ ଆରମ୍ଭ କରାଯାଇଥିଲା |

Omkar Vasthu
Omkar Vasthu

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ବିଇଓ ଏସ ଗିରିଧର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଏବିଓ ରାଜ କିଶୋର ସାହୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଶିକ୍ଷକ ତଥା ଖଲ୍ଲିକୋଟ ବିଧାୟକଙ୍କ ବ୍ଳକ ପ୍ରତିନିଧି କୋରାନାଥ ସ୍ୱାଇଁ, ସୁନାଥର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପାତ୍ର,ଭାଟ କୁମରଡା ୟୁପି ସ୍କୁଲର ପରିଚାଳନା ସଭାପତି ଅନିଲ କୁମାର ପଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ଓ ଅନନ୍ତ ଦାଶ, ଗୋଷ୍ଠୀ ଶିକ୍ଷା ଅଫିସର ଏକାଉଣ୍ଟେଟ ଲିଚୁ ପାତ୍ର, ଷୋଳଘର କ୍ଲଷ୍ଟର ସିଆରସିସି ପ୍ରତାପ ଚନ୍ଦ୍ର ପଣ୍ଡା, ପ୍ରତାପୁର କ୍ଲଷ୍ଟର ସିଆରସିସି ପୂର୍ଣ ଚନ୍ଦ୍ର ନାୟକ ମଞ୍ଚାସିନ ଥିଲେ |

Pearl dental clinic
Near Ashish Medical Store, Bhawanipatna

ସିଆରସିସି ଏସ ଲକ୍ଷ୍ମୀ ନାରାୟଣ ପାତ୍ର, ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | କ୍ଲଷ୍ଟର୍ ର ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିବା ବେଳେ ପାଞ୍ଚଜଣ ଦକ୍ଷ ସାଧନ କର୍ମୀ ଓ ସୁନାଥର ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପାତ୍ର ଯୋଗଦେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ ।

Udyog Nursery
Udyogi Nursery

ମୁଖ୍ୟ ଅତିଥି ଏସ ଗିରିଧର ତାଙ୍କ ବକ୍ତବ୍ୟରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସାମଗ୍ରୀ କୁ ଯାହା ବୁଲି ଦେଖିଥିଲେ ତାହା ତାଙ୍କୁ ବହୁତ ଖୁସିଦେଇ ଥିବା କହିବା ସହ ଛାତ୍ର, ଛତ୍ରୀ ମାନଙ୍କୁ ଦୁଇଟି ଜିନିଷ ସବୁବେଳେ ନିଜ ମନରୁ ଦୁରେଇ ରଖିବାକୁ କହିଥିଲେ | ପ୍ରଥମେ ଦୁଇଟି ପଦ ନେବା, ପ୍ରଥମଟି ଲାଭ ଓ ଦ୍ୱିତୀୟ ଟି ଜୟ ଅଟେ | ତେବେ ପ୍ରଥମ ପଦ ର ପ୍ରଥମ ଅକ୍ଷର ଏବଂ ଦ୍ୱତୀୟ ପଦର ଶେଷ ଅକ୍ଷର ମିଶିଲେ ତାହା’ ଲାଜ’ ଶବ୍ଦ କୁ ବୁଝାଏ ତେଣୁ ଛାତ୍ର, ଛାତ୍ରୀ ମାନେ ମନରେ ଲାଜ ରଖିଲେ ଶିକ୍ଷକ ଙ୍କ ଠାରୁ ବହୁତ ବିଷୟ ଜାଣି ପାରିବେ ନାହିଁ | ତେଣୁ ସମସ୍ତେ ଲାଜ ଛାଡିବା ଉଚିତ ଅଟେ | ସେହିପରିପ୍ରଥମ ପଦର ଶେଷ ଅକ୍ଷର ହେଉଛି ‘ଭ’ ଓ ଦ୍ୱତୀୟ ପଦର ଶେଷ ଅକ୍ଷର ‘ ୟ ‘ମିଶିଲେ ଭୟ କୁ ବୁଝାଏ | ତେଣୁ ମନରେ ଭୟ ରହିଲେ ଛାତ୍ର, ଛାତ୍ରୀ ମାନେ କୌଣସି କ୍ଷେତ୍ର ରେ ଆଗେଇଯାଇ ପାରିବେ ନାହିଁ | ତେଣୁ ଲାଜ ଓ ଭୟ ଛାତ୍ର, ଛାତ୍ରୀ ମାନଙ୍କ ଠାରୁ କିପରି ଦୂର ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କୁ କହି ଥିଲେ |

ସେହିପରି ଅନ୍ୟତମ ଅତିଥି ଏବିଇଓ ମଧ୍ୟ ଭଲ ଭାଷଣ ଦେଇ ଏହି ଟି ଏଲ ଏମ କାର୍ଯ୍ୟକ୍ରମ କୁ ସବୁ କ୍ଲଷ୍ଟର ଠାରୁ ମୂଳ ପିଣ୍ଡ କୁହାଯାଉ ଥିବା ଭାଟ କୁମରଡ଼ା ସବୁଠାରୁ ଦୁଇ ପାଦ ଆଗରେ ବୋଲି ମତ ଦେଇ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆର ସିସି ଲକ୍ଷ୍ମୀ ନାରାୟଣ ପାତ୍ର ଙ୍କୁ ପ୍ରଶଂସା କରିଥିଲେ | ମୁଖ୍ୟ ବକ୍ତା ତଥା ଏହି ସ୍କୁଲ ର ଛାତ୍ର ଏବଂ ହାଇସ୍କୁଲ ର ଅବସର ପ୍ରାପ୍ତ ଇଂଲିଶ ଶିକ୍ଷକ ଥିବା କୋରନାଥ ସ୍ୱାଇଁ ସରକାର ଆନନ୍ଦ ମୟ ଶିକ୍ଷା କରି ପିଲାମାନଙ୍କ ଦୁଷ୍ଟାମୀ କୁ ବଢାଇବା ସହିତ ଶିକ୍ଷକ ମାନଙ୍କ ହାତକୁ ବାନ୍ଧି ଦେଇଛନ୍ତି |

କିନ୍ତୁ ତାଙ୍କ ଶିକ୍ଷକ ଜୀବନ ରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ, ଓ ଗୋଟିଏ ବିଷୟ କୁ ପ୍ରାଞ୍ଜଳ ଭାବରେ ପିଲାଙ୍କୁ ବୁଝାଇଥିଲେ ବୋଲି କହିଥିଲେ | ଅନ୍ୟ ଅତିଥି ମାନେ ଏହି ଟିଏଲ ଏମ କାର୍ଯ୍ୟକ୍ରମ ଯୋଗୁଁ ଛାତ୍ର, ଛାତ୍ରୀଙ୍କ ନିମନ୍ତେପାଠ ପଢା ରେ ବହୁତ ସୁବିଧା ହୋଇ ପାରିବ ବୋଲି କହିଥିଲେ | ପ୍ରତାପୁର ସିଆର ସିସି ପୁର୍ଣ ଚନ୍ଦ୍ର ନାୟକମତ ଦେଇଥିଲେ କି ଭାଟକୁମାରଡା ସିଆର ସିସି ଅନ୍ୟକ୍ଲଷ୍ଟର ରୁ ଦେଖି ଏବଂ କିଛି ସିଆର ସିସି ଙ୍କ ଠାରୁ ବୁଝି ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ବହୁତ ପ୍ରଶଂସା ଯୋଗ୍ୟ ବୋଲି ମତ ଦେଇଥିଲେ | ଷୋଳ ଘର ସିଆର ସିସି ପ୍ରତାପ ଚନ୍ଦ୍ର ପଣ୍ଡା ଓ ପୁର୍ଣ ଚନ୍ଦ୍ର ନାୟକ ମୋତେ ବହୁତ ସହଯୋଗ କରିଥିବାରୁ ମୁଁ ତାଙ୍କ ମାନଙ୍କ ପାଖରେ ଚିର କୃତଜ୍ଞ ବୋଲି ଲକ୍ଷ୍ମୀ ନାରାୟଣ ପାତ୍ର କହିଥିଲେ | ଏହି କାର୍ଯ୍ୟକ୍ରମ ରେ ଏହି ସ୍କୁଲ ସହିତ ଅନ୍ୟାନ୍ୟ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲ ଷ୍ଟାଫ ସହଯୋଗ କରିଥିଲେ | ଶେଷରେ ଟିଏଲ ଏମ ଶିକ୍ଷୟତ୍ରୀ ସ୍ମିତା ରାଣୀ ପାଢ଼ୀ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.