ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ବସ୍ତି କ୍ଳବ ଗୃହ ନିକଟରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ିରହିଛି। ଫଳରେ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। କିଛି ଦିନ ହେବ ପ୍ରବଳ ଖରା ଯୋଗୁଁ ନଈ, ନାଳ, ପୋଖରୀ ଶୁଖିଲାଣି ଏପରି କି ଗାଁ ରେ ଥିବା ନଳକୂପ ଗୁଡିକ ଅଚଳ ହେବାରେ ଲାଗିଲାଣି। ତେଣୁ ଗ୍ରାମବାସୀ ଆବଶ୍ୟକ ମୁତାବକ ପାନୀୟ ଜଳ ପାଇବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ତେବେ ଯଥାଶୀଘ୍ର ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି। ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ଙ୍କୁ ପଚାରିବାରୁ ମୁ ଗାଁ କୁ ଯାଇ ଦେଖିସାରିଛି, ସାମଗ୍ରୀ ନ ଥିବା ହେତୁ ମରାମତି କରାଯାଇ ପାରିନାହିଁ ଖୁବଶୀଘ୍ର ମରାମତି କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ।