ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ନିର୍ମାଣ ଶ୍ରମିକ ଶାନ୍ତ ପାଇଲେ ବିବାହ ସହାୟତା

ସୋନପୁର,୩୧/୭ : ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ ବିବାହ ସହାୟତା ମିଳି ନଥିବା ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ତରଭା ବ୍ଲକ ସରଗଜ ଗ୍ରାମର ଶନ୍ତ ନାଏକ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇଥିଲେ । ତେବେ ସେ ବିବାହ ସହାୟତା ପାଇଁ ଦୀର୍ଘ ଦିନ ଧରି ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସହାୟତା ମିଳୁନଥିଲା ।  ଜିଲାପାଳଙ୍କ ନିର୍ଦେଶ କ୍ରମେ ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ହିତାଧିକାରୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି  ମଞ୍ଜୁର କରିଥିବା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.