ମ.ରାମପୁରରେ ଉନ୍ମୋଚିତ ହେଲା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ହାଇସ୍କୁଲ ଛକ ଠାରେ ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ କରକମଳରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମ.ରାମପୁର ଦୟାବନ୍ତ କ୍ଲବ ଆୟୋଜନ କରିଥବା ବେଳେ ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ ଓ ଏସଟି ଏସସି ମିଳିତ ମହାସଂଘ ସହଯୋଗ କରିଥିଲେ। ପ୍ରଥମେ ସ୍ଥାନୀୟ ଚାରିଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଡ଼ଃ ଆମ୍ବେଦକରଙ୍କ ୧୩୪ତମ ଜନ୍ମଜୟନ୍ତୀ ପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ ବ୍ଳକ ସଭାପତି ବୃନ୍ଦାବନ ନାଗ, ଡମ୍ବ ସମାଜ କଳାହାଣ୍ଡି ଜିଲ୍ଲା ଉପସଭାପତି ଅଭିରାମ ନନ୍ଦ, ସରପଞ୍ଚ ବୀଣାପାଣି ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜିବେଶ ପଣ୍ଡା, ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଭୋଦେବ ମହାନନ୍ଦିଆ ଯୋଗ ଦେଇ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଓ ଭାରତ ସମ୍ବିଧାନ ପ୍ରଣୟନରେ ତାଙ୍କ ଭୂମିକା ଅତୁଳନୀୟ ବୋଲି ନିଜ ନିଜର ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମକୁ ଅଭିଳାଷ ଦାସ ଓ ଜିତେନ୍ଦ୍ର ନାଗ ସଂଯୋଜନା କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ବିଷ୍ଣୁ ସୁନା ପ୍ରଦାନ କରିଥିବାରୁ ଦୟାବନ୍ତ କ୍କବ ଓ ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ ପକ୍ଷରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.