ଆନ୍ତ ରାଜ୍ୟ ଜଳ ଓ ସୀମା ବିବାଦ ସମସ୍ୟା ରାଜ୍ୟ ପାଇଁ ଆହ୍ୱାନ

ପୂର୍ବରୁ ଓଡ଼ିଶାକୁ ଅବହେଳା କରୁଥିଲା କେନ୍ଦ୍ର । ରାଜ୍ୟ ସରକାର ବାରମ୍ବାର ଦାବି କରିବା ସତ୍ତ୍ୱେ କେନ୍ଦ୍ର ଓଡ଼ିଶାର ନାଯ୍ୟ ଦାବିପ୍ରତି କର୍ଣ୍ଣପାତ କରୁନଥିଲା। ରାଜ୍ୟରେ ଡ଼ବଲ ଇଞ୍ଜିନ୍ ସରକାର ଆସିଲେ ଓଡ଼ିଶାର ସବୁ ଦାବି ପୂରଣ ହେବ ବୋଲି ବିଜେପି ନେତାମାନେ କହୁଥିଲେ। ମାତ୍ର ବିଜେପି ସରକାର ଗଢ଼ିବା ପରେ ମଧ୍ୟ ଡ଼ବଲ ଇଞ୍ଜିନ୍ ଓଡ଼ିଶାକୁ ଉପେକ୍ଷା କରିଚାଲିଛି I ସାରା ରାଜ୍ୟରେ ଗାଁ ଠୁ ସହର ଚାରିଆଡେ ଏବେ ଗୋଟିଏ ସ୍ୱର (ଓଡ଼ିଆ ଅସ୍ମିତା) ଏହି ଗୋଟେ ଶବ୍ଦ କୋଟି କୋଟି ଓଡ଼ିଆଙ୍କ ରକ୍ତ ବିନ୍ଦୁରେ ଶିହରଣ ସୃଷ୍ଟି କରୁଛି I ପ୍ରତୀତ ହେଉଛି ଓଡିଶା ବାସି ବେସ ସ୍ୱାଭିମାନୀ ନିଜ ରାଜ୍ୟ, ଭାଷା, ସଂସ୍କୃତି ଓ ସର୍ବୋପରି ରାଜ୍ୟର ସାମୁହିକ ସ୍ୱାର୍ଥ ପାଇଁ ବଳିଦାନ ଦେବାକୁ କେବେହେଲେ ପଛଘୁଞ୍ଚା ଦେବେନି I ହେଲେ ବାସ୍ତବ ସତ୍ୟକୁ ଆମେ ଟିକେ ବୁଝିବାକୁ ନାରାଜ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଆମ ରାଜ୍ୟର ପଡୋଶୀ ରାଜ୍ୟ ମାନଙ୍କ ସହିତ ଅନେକ ବିବାଦ ଅମୀମାଂଶିତ ରହିଛି ଯାହାକୁ ସମାଧାନ କରିବାକୁ ଓଡ଼ିଆ ଅସ୍ମିତା ଶବ୍ଦଟେ ଯଥେଷ୍ଟ ନୁହେଁ I

Omkar Vasthu
Omkar Vasthu

ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସହିତ କୋଟିଆ, ମହାନଦୀ, ପୋଲାଭରମ, ବଂଶଧାରା ଜଳ ବିବାଦ ସମସ୍ୟା ଓଡ଼ିଶା ସରକାର ତଥା ଓଡ଼ିଆ ଅସ୍ମିତା ପାଇଁ ଆହ୍ବାନ ସୃଷ୍ଟି କରିଛି। ସମ୍ପ୍ରତି ଓଡ଼ିଶା ଓ କେନ୍ଦ୍ରରେ ‘ଡବଲ ଇଞ୍ଜିନ’ ସରକାର ଚାଲିଥିବାବେଳେ ବିବାଦରେ ଜଡ଼ିତ ରାଜ୍ୟରେ ମଧ୍ୟ ଏନ୍‌ଡିଏ ଶାସନ ରହିଛି; ତେଣୁ ବିବାଦର ସମାଧାନ ସହଜ ମନେ ହେଉଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିର୍ଣ୍ଣ । ନବୀନ ସରକାରଙ୍କ ଅମଳରୁ ଏହି ଚାରି ଗୁରୁତ୍ବପୂର୍ଣ ଆନ୍ତଃରାଜ୍ୟ ବିବାଦ ଆଇନ ଜାଲରେ ଛନ୍ଦି ହୋଇରହିଛି । ଏ ବାବଦରେ ବିପୁଳ ରାଜ୍ୟ ରାଜକୋଷରୁ ରାଜସ୍ୱ ହାନି ହେଉଛି । ଆନ୍ଧ୍ର ସହିତ କୋଟିଆ, ପୋଲାଭରମ ଓ ବଂଶଧାରା ଜଳ ବିବାଦ ଆଦି ତିନୋଟି ବିବାଦ ନେଇ ସର୍ବୋଚ୍ଚ ନ୍ୟାୟଳୟରେ ମାମଲା ରହିଥ‌ିବାବେଳେ ଛତିଶଗଡ଼ ସହ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ମହାନଦୀ ଜଳବିବାଦ ପ୍ରାଧିକରଣଙ୍କ ଦ୍ବାରସ୍ଥ ହୋଇଛନ୍ତି । ବର୍ଷ ବର୍ଷ ଧରି ବିଚାରାଧୀନ ଚାରି ମାମଲାରେ ଓକିଲ ଦଳ ଏବଂ ସରକାରୀ ଅଧିକାରୀ ନ୍ୟାୟାଳୟରେ ହାଜର ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଶା ସରକାର ତଥା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିନାହିଁ ।

Pearl dental clinic
Near Ashish Medical Store, Bhawanipatna

କୋଟିଆ ବିବାଦର ସମାଧାନ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମୂଳ ମାମଲା (୨/୨୦୨୩) ର ଶୁଣାଣି ଅକ୍ଟୋବର ୧୭ରେ ହୋଇଥିଲା। ଖୋଦ୍ ରାଜ୍ୟ ସରକାରଙ୍କ ଓକିଲ ଏଥିରେ ଅନୁପସ୍ଥିତ ଥିଲେ। କୋଟିଆ ବିବାଦ ସମାଧାନ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିବା ଭାରତୀୟ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ୨୦୨୨ ଜାନୁଆରୀ ୧୯ରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୪ ଜୁଲାଇ ୨୯ରେ ମୂଳ ଆବେଦନରେ ସଂଶୋଧନ ଲାଗି ଓଡ଼ିଶା ସରକାର ଆବେଦନ କରିଛନ୍ତି। ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବା ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୨୦୨୪ କେନ୍ଦ୍ରୀୟ ବଜେଟ ଭାଷଣରେ ଘୋଷଣା କରିଥିଲେ। ଏବଂ ବର୍ତମାନ ସୁଦ୍ଧା କେନ୍ଦ୍ର ସରକାର ପୋଲାଭରମ ପାଇଁ ୪୯ ପ୍ରତିଶତ ଅର୍ଥ ଦେଇ ସାରିଲଣି ମୌସୁମୀ ଋତୁ ଶେଷ ପରେ ନ‌ଭେମ୍ବର ୧ରୁ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ଏବେ ପ୍ରକଳ୍ପର ପ୍ରାୟ ୭୭ ପ୍ରତିଶତ କାମ ସରିବାକୁ ବସିଲାଣି।

Udyog Nursery
Udyogi Nursery

୨୦୨୮ ମାର୍ଚ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ଲାଗି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି। ସର୍ବୋଚ୍ଚ ନ୍ୟୟାଳୟରେ ଶେଷଥର ପାଇଁ ୨୦୨୩ ଫେବୃଆରୀ ୨୧ରେ ଏହି ମାମଲାର ଶୁଣାଣି ହୋଇଥିଲା । ମାସକ ମଧ୍ୟରେ ରାଜନୈତିକ ସ୍ତରରେ ବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ ସେପ୍ଟେମ୍ବର ୬ରେ ନିର୍ଦେଶ ଦେଇଥିଲେ। ଦୁଇ ବର୍ଷରୁ ଉର୍ଦ୍ଧ ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଆଗକୁ ବଢ଼ିପାରୁନାହିଁ I ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଓଡ଼ିଶା ସରକାର ଗତ ୨୮ ମାସ ମଧ୍ୟରେ ଆଦୌ ଆଗ୍ରହ ପ୍ରକାଶ କରିନାହାନ୍ତି। ମାମଲା ଶୁଣାଣି ହୋଇନପାରିବା କାରଣରୁ ଆନ୍ଧ୍ର ସିଧାସନଖ ଲାଭବାନ ହେଉଛି।

ସେହିପରି ମହାନଦୀ ଜଳବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ୨୦୧୮ ମାର୍ଚ ୧୨ରେ ମହାନଦୀ ଜଳବିବାଦ ପ୍ରାଧୂକରଣ ଗଠନ ହୋଇଥିଲା। ବିଗତ ସାତ ବର୍ଷ ବିତିଥିଲେ ସୁଦ୍ଧା ଏହି ମାମଲାରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନି । ସର୍ବୋଚ୍ଚ ନ୍ୟାୟାଳଯରେ ବଂଶଧାରା ଜଳବିବାଦ ମାମଲାର ଶୁଣାଣି ୨୦୨୪ ଜୁଲାଇ ୧୬ରେ ଏବଂ ଡିସେମ୍ବର ୧୦ ହୋଇଥିଲେ ସୁଦ୍ଧା ଓଡିଶା ଏହାର କୌଣସି ଫାଇଦା ପାଇପାରି ନାହାନ୍ତି । ମୋଟାମୋଟି ଦେଖିବାକୁ ଗଲେ ଏହି ଚାରି ଗୁରୁତ୍ତ୍ୱପୂର୍ଣ୍ଣ ମାମଲାରେ ଓଡ଼ିଶା ସରକାରଙ୍କୁ ରାଜନୈତିକ ସ୍ତରରେ ଆପୋଷ ସମାଧାନ ଅଥବା ନ୍ୟାୟାଳୟ ମାଧ୍ଯମରେ ଆଇନଗତ ସମାଧାନ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ । ଆଇନଗତ ସମାଧାନ ପାଇଁ ସ୍ବତନ୍ତ୍ର ଓକିଲ ଦଳ ଦ୍ବାରା ତ୍ବରିତ ଶୁଣାଣି ପାଇଁ ବାରମ୍ବାର ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିପାରେ। ସେହିପରି ପଡ଼ୋଶୀ ଛତିଶଗଡ଼ରେ ବିଜେପି ସରକାର ଏବଂ ଆନ୍ଧ୍ର ପ୍ରଦେଶରେ ଏନଡିଏ ସରକାର ଗଠନ ହୋଇଥିବାରୁ ରାଜନୈତିକସ୍ତରରେ ସମସ୍ୟା ସମାଧାନକୁ ହୋଇଯିବ ବୋଲି ରାଜ୍ୟ ବାସି ଭାବିଥିଲେ କିନ୍ତୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ କେନ୍ଦ୍ର ଭାଗିଦାରୀତା ଆଗରେ ଓଡ଼ିଆ ଅସ୍ମିତା ହାର ମାନୁଛି ।ଆନ୍ଧ୍ରପ୍ରଦେଶ ସହ ଓଡିଶାର କୋଟିଆ ସୀମା ବିବାଦ ଅମୀମାଂଶିତ ଥିବାବେଳେ ଏବେ ରାଇପାହାଡ଼ ଅଂଚଳରେ ଆନ୍ଧ୍ର ତାର ସ୍ଥିତି ଜାହିର କରୁଛି ଯାହା ଓଡିଶା ପାଇଁ ଆଗାମୀ ଦିନରେ ଆଉ ଏକ ନୂଆ ସୀମା ବିବାଦକୁ ସୃଷ୍ଟି କରିବ I ଓଡିଶା ସରକାରଙ୍କ ନୀରବତା ଯୋଗୁ ସୀମା ଲଘୁଛି ଆନ୍ଧ୍ର I ଓଡିଶା ଏବଂ ଆନ୍ଧ୍ର ଉଭୟ ରାଜ୍ୟରେ ଭାଜପା ର ସରକାର ଥିବା ସତ୍ୱେ ଆନ୍ଧ୍ରର ଓଡିଶା ସୀମାକୁ ଜବର ଦଖଲ ପ୍ରୟାସ ଓଡିଆ ଅସ୍ମିତା ଶବ୍ଦକୁ କୋଉଠି ନା କୋଉଠି ଶକ୍ତ ଧକ୍କା I

ପ୍ରଦୀପ ମିଶ୍ର
ପ୍ରବକ୍ତା ସମାଜବାଦୀ ପାର୍ଟି
ଭୁବନେଶ୍ୱର, ମୋ: ୯୭୭୭୪୬୬୧୩୪

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.