ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦେଇଛନ୍ତି l ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ସାରାକାଙ୍କୁ ରାୟଗଡ଼ା ଜ଼ିଲ୍ଲାର ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି l ଜଗନ୍ନାଥ ସାରାକାଙ୍କ ବ୍ୟତୀତ ରାୟଗଡା ଜ଼ିଲ୍ଲାରେ ଅନ୍ୟ କାହାରିକୁ ରାଜ୍ୟ ବିଜେଡି ସାଙ୍ଗଠନିକ ଦାୟିତ୍ୱ ଦିଆଯାଇନାହିଁ l ଜ଼ିଲ୍ଲା ବିଜେଡିର ଦୁଇ ଗୋଟି ଗୋଷ୍ଠି ବରିଷ୍ଠ ନେତା ଏନ ଭାସ୍କର ରାଓ ଓ ସୁଧୀର ଦାସଙ୍କୁ ମଧ୍ୟ୍ୟ ରାଜ୍ୟ ସାଙ୍ଗଠନିକ କମିଟିରେ ସ୍ଥାନ ମିଳିନଥିବାରୁ ଉଭୟ ଗୋଷ୍ଠୀ ଓ ଜ଼ିଲ୍ଲାରେ ଜନସାଧାରଣ ବିଭିନ୍ନ ଆଲୋଚନା ମାନ କରୁଥିବା ଶୁଣିବାକୁ ମିଳୁଛି l ନୂତନ ଦାୟିତ୍ୱ ମିଳିବା ପରେ ନିଜ ପ୍ରତିକ୍ରିୟାରେ ଜଗନ୍ନାଥ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ମୋ ଉପରେ ଭରସା ଓ ବିଶ୍ୱାସ କରି ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ସୁଚାରୁ ରୂପେ ତୁଲାଇ ଆସିଛି ବର୍ତମାନ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠାର ସହ ପାଳନ କରିବି ବୋଲି କହିଛନ୍ତି l ଜ଼ିଲ୍ଲା ବିଜେଡି ସଭାପତିଙ୍କ ନାମ ଚର୍ଚ୍ଚାରେ ଜଗନ୍ନାଥ ଥିଲେ କିନ୍ତୁ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ମିଳିବା ପରେ ବିଜେଡି ସୁପ୍ରିମୋ ଜ଼ିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ନା ସୁଧୀର ଦାସଙ୍କୁ ଦେଉଛନ୍ତି ନା ଉଭୟଙ୍କ ସମର୍ଥକଙ୍କ ମଧ୍ୟରୁ କାହାରିକୁ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ଚାଲିଛି l