ପୁରୁଷୋତ୍ତମପୁର ବିଜେପିର ନଗର ସଭାପତିଙ୍କ ଅକାଳ ବିୟୋଗ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏସ୍ଏସି ବିଜେପିର ନଗର ସଭାପତି ସୂର୍ଯ୍ୟନାରାୟଣ ମହାରଣା (କଳିଆ ୩୭)ଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଗତ କାଲି ରାତିରେ ପରଲୋକ ହୋଇଛି। ଘଟଣାରୁ ଜଣା ଯାଇଛି ଯେ କାଳିଆ ଜଣେ ସାହସୀ, ସଂଗଠକ, ମେଳାପୀ ଯୁବକ ଥିଲେ | ଏବଂ ତାଙ୍କର ଏହି ସଫଳ କାର୍ଯ୍ୟ ପାଇଁ ନିକଟରେ ରାଜ୍ୟ ବିଜେପି ନେତୃବୃନ୍ଦ ତାଙ୍କୁ ପୁରୁଷୋତ୍ତମ ପୁର ସହରର ନଗରସଭାପତି ଭାବେ ମନୋନୀତ କରିଥିଲେ | ତେବେ ରାଜନିତି ସହିତ ସେ ପରିବାର ପ୍ରତିପୋଷଣ ନିମନ୍ତେ ଏକ ଫର୍ନିଚର ୱାର୍କ ସପ ଖୋଲି ଥିଲେ | ସେହି ୱାକସପ ଭିତରକୁ ବିଷାକ୍ତ ସାପ ମାନେ ଆସୁଥିବାରୁ ତାର ନିରା କରଣ ନିମନ୍ତେ ଗତ ମାସ ୩୦ ତାରିଖରେ କିଛି ବିଷାକ୍ତ ରାସାୟନିକ ପଦାର୍ଥ ଆଣି ସେହି ୱାର୍କ ସପ ଭିତରେ ସିଞ୍ଚ୍ସନ କରିଥିଲେ | କିନ୍ତୁ ଅସାବଧାନତା ଭାବେ ସେହି ହାତକୁ ମୁହଁରେ ମାରିଦେଇ ଥିଲେ | ଏବଂ ସେ ସଙ୍ଗେ, ସଙ୍ଗେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତରହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଚିକିତ୍ସା କରାଇ ଥିଲେ | କିନ୍ତୁ ସେଠାରେ ତାଙ୍କର ସ୍ଵାସ୍ତ୍ୟବସ୍ଥାରେ ଉର୍ନ୍ନତି ପରିଲକ୍ଷିତ ନହେବାରୁ ସୋମବାର ଦିନତାଙ୍କୁପରିବାର ଲୋକେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ | ତେବେ ଗତ କାଲି ରାତ୍ର ଶେଷ ପହରରେ ସେ ଶେଷ ନିଃଶ୍ବସ ତ୍ୟାଗ କରିଛନ୍ତି । ତାଙ୍କର ୧୧ ବର୍ଷ ଓ ୭ ବର୍ଷର ୨ଟି ଶିଶୁ କନ୍ୟା ଓ ସ୍ତ୍ରୀ ବାପା, ମାଆ, ସାନଭାଇ, ଭାଇବୋହୁ ଓ ପୁତୁରା ଅଛନ୍ତି | ତାଙ୍କ ମୃତ୍ୟୁ ଖବର ଶୁଣି ବିଜେପି କର୍ମୀ ଓ ସାଙ୍ଗ, ସାଥି ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.