ଜମୁଛି ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ, ଆଜି ଶେଷ ରଜନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ବହୁ ପ୍ରସିଦ୍ଧ ନାମଯଜ୍ଞ ବେଶ ଜମୁଛି। ସର୍ଗିଗୁଡା ନାମଯଜ୍ଞ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ନାମଯଜ୍ଞ ପାଇଁ ୮/୫ ଶୁକ୍ରବାର ଅପରାହ୍ନ ୪.୩୦ ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସକାଳ ୬.୫୧ ସମୟରେ ପବିତ୍ର ନାମ ଆରମ୍ଭ କରିଥିଲେ ସର୍ଗିଗୁଡା ସଙ୍କୀର୍ତ୍ତନ ମଣ୍ଡଳୀ। ପରିଚାଳନା କମିଟିର ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ନାମଯଜ୍ଞକୁ ପରିଚାଳନା କମିଟିର କର୍ମକର୍ତ୍ତା ନିକୁଞ୍ଜ ନାଗ, ଲଳିତ ପଧାନ, ମାନସ ସା, ଭବାନୀଶଙ୍କର ବାଗ, ଯତୀନ ସାହୁ, ପ୍ରେମାନନ୍ଦ ବେହେରା, ଗଜୀନ୍ଦ୍ର ମାଝୀ, ଜୟଦେବ ପୋଢ଼ ପ୍ରମୁଖଙ୍କ କର୍ମକର୍ତ୍ତାଙ୍କ ସମେତ ଗ୍ରାମର ବରିଷ୍ଠ ବ୍ୟକ୍ତି ଜହରଲାଲ ବିଶ୍ବାଳ, ଚକ୍ରଧର ସା, ଉଗ୍ରସେନ ଗଉଡ, କିଶୋର ନାଏକ, ବୀରକିଶୋର ମାଝୀ, ନାରାୟଣ ମାଝୀ, ଖଗେଶ୍ୱର ବିଶ୍ଵାଳ, ସଞ୍ଜୟ ସରାଫ, ପ୍ରଫୁଲ୍ଲ ନାଗ, ଠାକୁର ବେହେରା, ଡେବା ମାଝୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ବିଭିନ୍ନ ଦାୟୀତ୍ୱରେ ରହି ପରିଚାଳନା କରୁଥିବା ଜଣା ପଡିଛି। ସଦସ୍ୟ ମାନସ ସା, ରଜତ ନାଏକ, ଖଗେଶ୍ୱର ବିଶ୍ବାଳ, ଯତୀନ ସାହୁ, ବୁଲୁ, ସିଲୁ ପ୍ରମୁଖ କାର୍ଯ୍ୟାଳୟ ଦାୟୀତ୍ୱରେ ରହି ପରିଚାଳନା କରୁଥିବା ଜଣାପଡିଛି। ସେହିଭଳି ପୂଜାକର୍ତ୍ତା ଭାବରେ ସୁନୀତା ନାଏକ ଓ ସଞ୍ଜୟ ନାଏକ ଦମ୍ପତି ରହି ଦାୟୀତ୍ବ ନିର୍ବାହନ କରୁଛନ୍ତି। ପୂଜକ ଭାବରେ ପଣ୍ତିତ ଘନଶ୍ୟାମ ତ୍ରିପାଠୀ, ସହଯୋଗୀ ନିକୁଞ୍ଜ ପାଢ଼ୀ, ଜପକ ଭାବରେ ତ୍ରିଲୋଚନ ତ୍ରିପାଠୀ, ପାଚକ ଦାୟୀତ୍ୱରେ ନାରାୟଣ ପାଢୀ ର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବୈଷ୍ଣବ ନାଏକ, କବିରାଜ କରୁଆଁ, ସୁଦାମ ଜାଲ, ଯଦୁ ମାଝୀ, ତମାଖୁର ମାଝୀ, ଫକୀର ନାଗ, ଗୁଲେଶ ପଧାନ, ନିହାର ନାଏକ, ପଙ୍କଜ ପଧାନ, ବିପ୍ର ବିଶ୍ଵାଳ, ଶେଷଦେବ ନାଏକ ପ୍ରମୁଖଙ୍କ ସମେତ ଅନେକ ଯୁବବର୍ଗ ବିଭିନ୍ନ ବିଭାଗରେ ରହି ସହଯୋଗ କରୁଥିବା ଜଣାପଡିଛି। ଚଳିତ ବର୍ଷ ନାମଯଜ୍ଞ ପାଇଁ କଳାହାଣ୍ଡି, ବଲାଙ୍ଗୀର , ବରଗଡ଼ ଓ ଛତିଶଗଡ଼ ରାଜ୍ୟରୁ ସର୍ଗିଗୁଡା, ବେହେରାପାଟି, ତିତତ୍କେଲା, ଡୁମାଲପଡା, ବଫଲା, ବଲସୀ, ମୁସ୍କୁଟୀ, ତୋରା, ସିନ୍ଧିମୁଣ୍ଡା, କାଞ୍ଚନପୂର୍, ଅମାଠୋଲା, ଭାଲୁପତରା, ଡେଣ୍ଡୋପଦର ପ୍ରଭୃତି ସଙ୍କୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିବାରୁ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଓ ରାତିରେ ଅନ୍ନଛତ୍ର ଚାଲୁଥିବାରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଅନ୍ନ ପ୍ରସାଦ ଗ୍ରହଣ କରୁଛନ୍ତି। ମାଝୀ ପଡ଼ାର ସ୍ଵେଚ୍ଛାସେବୀ ମହିଳା ମାନେ ଅନ୍ନଛତ୍ର ପାଇଁ ସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଶୃଙ୍ଖଳିତ ଭାବରେ ନାମଯଜ୍ଞ ପରିଚାଳିତ ହେଉଥିବାରୁ ସଭାପତି ଶ୍ରୀ ନାଏକ ଗ୍ରାମର ସମସ୍ତ ଜନସାଧାରଣ, ଯୁବବର୍ଗ ଓ ମାତୃଶକ୍ତି କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି। ଆସନ୍ତା କାଲି ସୋମବାର ସକାଳ ୬.୫୧ ରେ ନାମ ଛାଡ଼ିବା ପରେ ନଗର ପରିକ୍ରମା, ଦଧି ହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.