ପୁଣି କିଡିଙ୍ଗ ବେହେରା ପୋଲରେ ଓଲଟିଲା କୋଇଲା ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା କିଛି ଦିନର ବ୍ୟବଧାନ ପରେ ଏବେ ଏହି ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣାରୁ ରାୟପୁରକୁ ଯାଉଥିବା ଏକ(ସିଜି-୧୦ ବିପି-୯୭୧୯) କୋଇଲା ବୋଝେଇ ଟ୍ରକ ଆଜି ଭୋର ତିନିଟା ସମୟରେ ବେହେରା ପୋଲ ସାଇଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ତେବେ ପ୍ରତିଦିନ ଏଠାରେ ଛୋଟ ମୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ବର୍ତମାନ ପର୍ୟ୍ୟନ୍ତ କଳାହାଣ୍ଡି ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟିପାତ କରିନାହିଁ। ଫଳରେ ବେହେରା ପୋଲ ଏବେ ମରଣଯନ୍ତା ପାଲଟିଥିବା ବେଳେ ଲୋକଙ୍କ ପାଇଁ କାଳ ସାଜିଛି। ତେବେ କଳାହାଣ୍ଡି ଜିଲା ପୂର୍ତ୍ତବିଭାଗ ପକ୍ଷରୁ ବେହେରାପୋଲ ନିକଟରେ ଥିବା ବୁଲାଣିକୁ ଜାଗାକୁ ଚିହ୍ନଟ କରିବା ସହିତ କୌଣସି ତୁରନ୍ତ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ବିଭାଗୀୟ ପକ୍ଷରୁ କୋୖଣସି ପଦକ୍ଷେପ ନିଆଯାଇନାହିଁ। ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ସାଇଟରେ ଓଲଟି ପଡିଥିବା ବେଳେ ସିକେରକୁପା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.