ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ସ୍ଥିତ ମାଁ ଡୋକୋରୀ ପୀଠରେ ସମ୍ପନ୍ନ ହୋଇଛି ପ୍ରଭୁ ଚାଉରିଆ ବୁଢ଼ାଙ୍କ ମଣ୍ଡେଇ ଯାତ୍ରା। କୃଷି ଭିତ୍ତିକ ଏହି ମଣ୍ଡେଇ ଯାତ୍ରା ପରେ ଅଞ୍ଚଳରେ ଧାନ ରୁଆ ଓ ବେଉଷଣ କାର୍ଯ୍ୟ ଆରମ୍ଭ କଲେ ଭଲ ବର୍ଷା ହେବା ସହ ଅଧିକ ଆୟ ହେବାର ବିଶ୍ୱାସ ରହି ଆସିଛି। ଏହି ଯାତ୍ରାରେ ଆଖପାଖ ଦେବା ଦେବୀ ମାଁ ଡୋକୋରୀଙ୍କ ଦ୍ୱାରା ଆମନ୍ତ୍ରିତ ହେବା ସହିତ ସମସ୍ତ ଦେବା ଦେବୀଙ୍କ ପ୍ରତ୍ୟକ୍ଷ ଲାଠି ଭାବରେ ରାଜବାଟିରେ ପହଞ୍ଚିବା ପରେ ପୂଜାର୍ଚ୍ଚନା ପାଇ ସାରି ଦେବୀଙ୍କ ମୁଖ୍ୟ ପୀଠ ପର୍ଯ୍ୟନ୍ତ ଲାଠି, କଳସି ସହ ପାରମ୍ପରିକ ବାଜା ବଜାଇ ଏକ ବିରାଟ ପଟୁଆରରେ ଆସିବା ସମୟରେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।