ରୁପ୍ରାରୋଡର ଓଁ ପ୍ରକାଶ ଶର୍ମାଙ୍କ ଦେହାନ୍ତ; ଅଞ୍ଚଳରେ ଶୋକର ଛାୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ର ଓଁ ପ୍ରକାଶ ଶର୍ମାଙ୍କ ବୁଧବାର ପୂର୍ବାହ୍ନ ୧୦.୩୦ ସମୟରେ ରୁପ୍ରାରୋଡ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସ୍ୱର୍ଗତ ଓଁ ପ୍ରକାଶ ନର୍ଲା ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ଦେବିଦେବ ଶର୍ମାଙ୍କ ଜୈଷ୍ଠ ଭ୍ରାତା ଅଟନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀ ଶକୁନ ଦେଇ ଶର୍ମା, ସାନ ଭାଇ ଦେବୀଦେବ ଶର୍ମା, ଭାଇ ବୋହୂ ମଧୁମତୀ ଶର୍ମା, ପୁଅ ରାଜେଶ, ପୁତ୍ର ବଧୂ, ପୁତୁରା ଧିରଜ, ନୀରଜ(ସାନୁ), ସୁରଜ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଝିଅ ରାଞ୍ଚିରୁ ଆସି ରାତିରେ ପହଞ୍ଚିବେ। ଏଣୁ ଆସନ୍ତା କାଲି ଗୁରୁବାର ସକାଳ ୬ ଘଣ୍ଟା ସମୟରେ ସ୍ଥାନୀୟ ମଶାଣିରେ ତାଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ ବୋଲି ପରିବାର ତରଫରୁ ସୂଚନା ମିଳିଛି। ତାଙ୍କ ବିୟୋଗରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରଦୀପ ମାଝୀ, ନିରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ (ବାବୁଲି) ମଣ୍ଡଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.