ସାରସ୍ବତ ସାହିତ୍ୟ ସଂସଦ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠୋତ୍ସବ

‘ଦେଶକୁ ସମର୍ପିତ ସନ୍ଧ୍ୟାଟିଏ’ରେ କବିତା ପଢିଲେ କବିଗଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ‘ସାରସ୍ବତ ସାହିତ୍ୟ ସଂସଦ’ ତରଫରୁ ଏକ ମନୋଜ୍ଞ କବିତା ପାଠୋତ୍ସବ ‘ଦେଶକୁ ସମର୍ପିତ ସଂଧ୍ୟାଟିଏ’ ଶୀର୍ଷକରେ ତୁଳସୀପୁର ଶିଶୁବିଦ୍ୟାମନ୍ଦିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ରମ୍ୟ ରଚନାକାର ଡକ୍ଟର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ବିଶିଷ୍ଟ ସାରସ୍ୱତ ସାଧକ ଜଗବନ୍ଧୁ ମିଶ୍ର ମୁଖ୍ୟଅତିଥି, ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂସଦର ଯୁଗ୍ମ ସମ୍ପାଦକ ଅଧ୍ୟାପକ ଡକ୍ଟର ନୀରୋଦ କୁମାର ମନ୍ତ୍ରୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ତଥା ବିଶିଷ୍ଟ ରାଷ୍ଟ୍ରବାଦୀ କବି ବିପିନ ବିହାରୀ ରାଉତ ପ୍ରାରମ୍ଭିକ ଭାଷଣ ଦେଇ ଏଭଳି ନିଆରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ତ୍ୱକୁ ଉପସ୍ଥାପନା କରିଥିଲେ। ‘ରାଷ୍ଟ୍ରଦୀପ’ର ସହ ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟଙ୍କ ସୁନ୍ଦର ସଂଯୋଜନାରେ ଡକ୍ଟର କନକଲତା ଦାସ, ସୁନିଲ ଦ୍ବିବେଦୀ, ସରୋଜ ପାଇଟାଲ, ପ୍ରଜ୍ଞା ପରିମିତା ଆଚାର୍ଯ୍ୟ, ବିପିନ ବିହାରୀ ରାଉତ, ବନ୍ଦନା ସିଂ, ସସ୍ମିତା ମିଶ୍ର, ରଶ୍ମିତା ହୋତା, ରଞ୍ଜନ ରାୟ, ଭାଗିରଥି ପ୍ରଧାନ ଆଦି ବହୁ କବି ସ୍ବରଚିତ ଦେଶାତ୍ମକବୋଧକ କବିତା ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଓ ସମ୍ମାନିତ ଅତିଥି ଶ୍ରୀ ହୋତା ‘କବିତାରେ ରାଷ୍ଟ୍ରବାଦ’ ପ୍ରସଙ୍ଗକୁ ନେଇ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ସଂସଦର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ରମ୍ୟ ରଚନାକାର ଓ ସ୍ତମ୍ଭକାର ରାଧାଶ୍ୟାମ ରାଉଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.