ବିଧବା ଭତ୍ତା ପାଇବାରୁ ବଞ୍ଚିତ କନେ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ବହୁ କ୍ଷେତ୍ରରେ ଗରିବ ହିତାଧିକାରୀ ଯିଏ ଯୋଜନା ପାଇବାକୁ ହକଦାର ସେ ଯୋଜନାରୁ ବଞ୍ଚିତ ଅଛନ୍ତି।ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଅବା ଜନପ୍ରତିନିଧି ମାନଙ୍କ ଅବହେଳା ଯୋଗୁଁ ସରକାରଙ୍କ ପ୍ରତ୍ୟେକ ଯୋଜନା ଦିଗହରା ହୋଇପଡିଛି ଯୋଗ୍ୟ ହିତାଧିକାରୀଙ୍କ ପାଇଁ। ସମାଜର ଅସହାୟ ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା କରିଛନ୍ତି କିନ୍ତୁ ସମାଜର ଏଭଳି ଅନେକ ଲୋକ ଆଜିବି ସରକାରୀ ଯୋଜନାର ସୁରକ୍ଷା ବଳୟ ବାହାରେ ଅଛନ୍ତି। ସରକାରୀ ଅର୍ଥ କେଉଁଠି ଭୁତ ଖାଉଛି ତୋ ଆଉ କେଉଁଠି ଅସହାୟ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହିଥିବା ନଜିର ରହିଛି। ଏହି ଭଲି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ ଅନ୍ତର୍ଗତ କର୍କାମସ୍କା ଗାଁରେ। ପ୍ରକାଶ ଯେ ଉକ୍ତ ଗାଁର କନେ ମାଝୀଙ୍କ ସ୍ୱାମୀ ରାଣା ମାଝୀ ୨୦୨୩ ମସିହାରେ ମୃତ୍ୟୁ ବରଣ କରିଥିଲେ ହେଲେ ଆଜକୁ ମୃତ୍ୟୁର ୨ବର୍ଷ ବିତିଗଲାଣି ହେଲେ ବିଧବା ଭତ୍ତା ଖଣ୍ଡିକ ପାଇଁ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ୍ୟ କେହିଁ ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ବିଧବା ମହିଳା। ଅନ୍ୟପଟେ ପରୀବାର କହିଲେ ୬ଜଣ ରହୁଥିବା ବେଳେ ବଡ଼ ପୁଅ ଟୁନୁ ମାଝୀକୁ ଛାଡିଦେଲେ କେହିଁ ରୋଜଗାର କରିପାରନ୍ତି ନାହିଁ। ଏପଟେ କନେ ରୋଜଗାରିଆ ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ପରିବାର ଚଳାଇବାରେ ମସ୍କୁଲ ହୋଇପଡିଛି। ତେବେ ପ୍ରଶାସନ କିମ୍ବା ଜନପ୍ରତିନିଧି ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ବିଧବା ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.