ମ.ରାମପୁର ରାଧାକୃଷ୍ଣ ମନ୍ଦିରରେ ନନ୍ଦ ଉତ୍ସବ ଓ ସ୍ମରଣିକା ଉନ୍ମୋଚନ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ଅନ୍ତର୍ଗତ ଗୌଡ଼ପଡା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ସମସ୍ତ ନୀତି କାନ୍ତି ସହିତ ଶ୍ରଦ୍ଧାଳୁ ଓ ବ୍ରତଧାରୀଙ୍କ ଉପସ୍ଥିତି ରେ ପାଳିତ ହୋଇ ଯାଇଛି ଜନ୍ମାଷ୍ଟମୀ। ମନ୍ଦିର ପରିଚାଳନା କମିଟିର ସଭାପତି ଭଗବାନ ଭୋଇ, ଉପ ସଭାପତି ଦେବେନ୍ଦ୍ର ପୋଡ, ସମ୍ପାଦକ ପ୍ରଶାନ୍ତ ମହାରଣା, ପୂଜା ମୁଖ୍ୟ ଭଗବତ ଘିଭେଲା, ତ୍ରିଲୋଚନ ଦାସ, ସୋମନାଥ ଦାସ,ଜୟ ହାତୀ, ପ୍ରକାଶ ଚନ୍ଦ୍ର ସାହୁ ଓ ସୁନ୍ଦର ସିଂ ପୋଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜାକାର୍ଯ୍ୟ ଓ ଭଜନ କୀର୍ତ୍ତନ ହୋଇଥିଲା। ଶନିବାର ପବିତ୍ର ନନ୍ଦ ଉତ୍ସବ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ନିତିକାନ୍ତି ସହିତ ସମ୍ପନ୍ନ ହୋଇଛି। ତାପରେ ଦିବା ୧୧.୩୦ ମିନିଟ ସମୟରେ ମନ୍ଦିର ପରିସରରେ ରାଧାକୃଷ୍ଣ ମନ୍ଦିର ସ୍ମରଣିକା ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସାହିତ୍ୟିକ ତଥା ସୁସଂଗଠକ ପଦ୍ମଲୋଚନ ମିଶ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ଭଗବାନ ଭୋଇ ଓ ସଭା ସଂଯୋଜକ ତଥା ସଂଚାଳକ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚାସିନ ହୋଇଥିଲେ। ସ୍ମରଣିକା ସମ୍ପାଦନା ମଣ୍ଡଳୀର ମୁଖ୍ୟ ତଥା ପୂର୍ବତନ ସଭାପତି ଗୋକୁଳ ଭୋଇ ସମସ୍ତଙ୍କ ଅବଗତି ପାଇଁ ସ୍ମରଣିକାର ଉଦ୍ଦେଶ୍ୟ ଓ ମୁଖବନ୍ଧ ବିଷୟ ରେ ସୂଚନା ପ୍ରଦାନ କରିଥିଲେ। ତାପରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପାଖରେ ପୂଜାର୍ଚ୍ଚନା କରି ତାଙ୍କ ଶ୍ରୀ ଚରଣରେ ସମର୍ପଣ କରି ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ର ଶୁଭ ଉନ୍ମୋଚନ ହୋଇଥିଲା। ଆମନ୍ତ୍ରିତ ଅତିଥିମାନେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର, ପଡାର ଇତିହାସ ତଥା ସଂସ୍କୃତି ଓ ସ୍ମରଣିକା ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ୩ ଗୋଟି ପଡାର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗୋକୁଳ ଭୋଇ, କୀର୍ତ୍ତନ ଘୀଭେଲା, ଦେବେନ୍ଦ୍ର ପୋଡ଼, ରାମ ସିଂ ପୋଡ଼, ଜୟ ହାତୀ, ଅନାଦି ଭୋଇ, ସୋମ ନାଥ ସାହୁ, ଆଲୋକ ବେହେରା, ସୁନ୍ଦର ସିଂ ପୋଡ଼, ପୁଟୁନ ମହାରଣା, ଶିବ ରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.