ସମବାୟ ସମିତିରେ ଏକ୍ସପ୍ୟାରି ଇଫକୋ ନାନୋ ୟୁରିଆ: ସମ୍ପାଦକ ମାଲେମାଲ!

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ରାଜ୍ୟରେ ସାରର ଅଭାବ ଦେଖାଦେଇଛି। ଚାଷୀମାନେ ସାର ପାଇଁ ସମବାୟ ସମିତି ମାନଙ୍କରେ ଲମ୍ବା ଲାଇନ ରେ ଛିଡା ହେଇଛନ୍ତି। ତେବେ ସମବାୟ ସମିତିରେ ଏକ୍ସପ୍ୟାରି ଇଫକୋ ନାନୋ ୟୁରିଆ ବିକ୍ରି ହେଉ ଥିବା ଅଭିଯୋଗ ହେଇଛି। ଚାଷୀଙ୍କ ଅଭିଯୋଗରୁ ଜଣାପଡେ ଯେ, ସଇଁତଲା ସମବାୟ ସମିତିରେ ଆଜି ୟୁରିଆ ସାର ବସ୍ତା ପ୍ରତି ୩୩୦ ଟଙ୍କା ଓ ଇଫୋକୋ ନାନୋ ୟୁରିଆ ଔଷଧ ୨୦୦ ଟଙ୍କାରେ ବିକ୍ରି ହେଉ ଥିଲା, କିନ୍ତୁ ନାନୋ ୟୁରିଆ ଏକ୍ସପ୍ୟାରି ହୋଇଥିବା ସତ୍ତ୍ଵେ ସମବାୟ ସମିତି ସମ୍ପାଦକ ଖୁଲମ ଖୁଲା ବିକ୍ରି କରୁଥିଲେ। ଏକ୍ସପ୍ୟାରି ଇଫୋକୋ ନାନୋ ୟୁରିଆ ଔଷଧ କାମରେ ଆସିବ ନାହିଁ ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ୟୁରିଆ ସାର ସରକାରୀ ମୂଲ୍ୟ ୨୭୦ଟଙ୍କା ଥିବା ବେଳେ ସମ୍ପାଦକ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକ ରୋହିତ ସାହୁଙ୍କୁ ପଚାରିବାରୁ ଇଫକୋ ନାନୋ ୟୁରିଆ ଏକ୍ସପ୍ୟାରି ଥିବା ମାନିଛନ୍ତି। ଅନ୍ୟ ପଟେ ନାଫେଡ଼ ମାର୍କେଟିଙ୍ଗ ମେନେଜରଙ୍କୁ ପଚାରିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରି ଥିଲେ ସୁଦ୍ଧା ଫୋନ ସୁଇଜଅଫ ଥିଲା। ଅନ୍ୟ ପଟେ ଏ ସର୍ମ୍ପକରେରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ଥିବାରୁ ଫୋନ ରିସିଭ କରି ନ ଥିଲେ। ତେବେ ଚାଷୀଙ୍କୁ ଏକ୍ସପରି ନାନୋ ଯୋଗାଣ ଘଟଣାର ତଦନ୍ତ କରିବା ସହ ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଚାଷୀ ଓ ଚାଷୀନେତା ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.