ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦଶମ ପରୀକ୍ଷାରେ ଚମତ୍କାର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସିବିଏସଇ ଦଶମ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ପାରିପାର୍ଶ୍ବିକ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ବୁଧବାର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ଅଧ୍ୟକ୍ଷ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଶହେ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ ଗୌରବର ଵିଷୟ ଅଟେ। ଦଶମ ଶ୍ରେଣୀର ୯୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଛାତ୍ର ପ୍ରିୟାଂଶୁ ମହାରଣା ୯୮ ଶତକଡା (୪୯୦) ମାର୍କ ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ରଖି ପ୍ରଥମ ସ୍ଥାନରେ ଥିବାବେଳେ ଛାତ୍ରୀ ନଳିନୀ ଜୋରା ୯୭.୪ ଶତକଡା (୪୮୭) ମାର୍କ ରଖି ଦ୍ୱିତୀୟ ସ୍ଥାନ ଓ ଛାତ୍ର ରାଜେନ୍ଦ୍ର ଜେନା ୯୬. ୮ ଶତକଡା (୪୮୪) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ସେହିପରି ସମୁଦାୟ ୯୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୫ ଶତକଡା ଉପରେ ଜଣ ବିଦ୍ୟାର୍ଥୀ , ୯୦ ଶତକଡା ଉପରେ ୧୬ ଜଣ ବିଦ୍ୟାର୍ଥୀ ଓ ୮୦ ଶତକଡ଼ା ଉପରେ ୧୫ ଜଣ ବିଦ୍ୟାର୍ଥୀ, ୭୫ ଶତକଡ଼ା ଉପରେ ୮ ଜଣ ବିଦ୍ୟାର୍ଥୀ ଓ ୬୦ ଶତକଡା ଉପରେ ୩୩ ଜଣ ବିଦ୍ୟାର୍ଥୀ ରହିଛନ୍ତି । ସେଥି ମଧ୍ୟରୁ ସଂସ୍କୃତରେ ୧୪ ଜଣ ଓ ଗଣିତରେ ୩ ଜଣ ବିଦ୍ୟାର୍ଥୀ ଶତକଡା ୧୦୦ ପ୍ରତିଶତ ମାର୍କ ରଖିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି I ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱରେ ବିଦ୍ୟାଳୟର ଅଧ୍ୟକ୍ଷI ଡ଼. ମାନବୀନ କୌର ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.