ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍: ରାଉରକେଲା ଅଭିମୁଖେ ଯାତ୍ରା କଲେ ବାଲେଶ୍ୱର ଜୁନିୟର ମହିଳା ଦଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ୫ମ ରାଜ୍ୟସ୍ତରୀୟ ଜୁନିୟର ମହିଳା ହକି ଚାମ୍ପିଅନସିପ୍-୨୦୨୬ ରେ ଭାଗ ନେବା ପାଇଁ ବାଲେଶ୍ୱର ଜିଲ୍ଲା ଦଳ ରାଉରକେଲା ଯାତ୍ରା କରିଛି। ଏହି ପ୍ରତିଯୋଗିତା ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବାଲେଶ୍ୱରର ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲ୍ଳା କ୍ରୀଡ଼ା ସଂଘର ଉପ ସଭାପତି ଶ୍ରୀ ଜଗଦୀଶ ବେହେରା ଦଳକୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିମାନଙ୍କର ଉତ୍ସାହ ବଢ଼ାଇଛନ୍ତି।

“ଆମର ଆଶା ଓ ବିଶ୍ୱାସ ଅଛି ଯେ ବାଲେଶ୍ୱରର ଏହି ପ୍ରତିଭାଶାଳୀ ଖେଳାଳିମାନେ ରାଜ୍ୟସ୍ତରରେ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ହକି ସଂଘ। ଏହି ଯାତ୍ରା ସମୟରେ ଜିଲ୍ଲା କ୍ରୀଡ଼ା ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ବାଲେଶ୍ୱରର କ୍ରୀଡ଼ାପ୍ରେମୀମାନେ ମଧ୍ୟ ଦଳର ସଫଳତା କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.