ଆନ୍ଦୋଳନକୁ ଓହ୍ଲାଇଲେ ଜଙ୍ଗଳ ବିଭାଗ କର୍ମଚାରୀ

ଛଅଦଫା ଦାବିରେ ଆନ୍ଦୋଳନମୁହାଁ ଜଙ୍ଗଲ ବିଭାଗ କର୍ମଚାରୀ

ଆଜିଠୁ ପିନ୍ଧିଲେ କଳାବ୍ୟାଜ୍, ଆଗାମୀ ଦିନରେ କାର୍ଯ୍ୟବନ୍ଦ ଧମକ

କଳାହାଣ୍ଡି,୧୧/୧୨:

Omkar Vasthu
Omkar Vasthu

ବନ୍ୟ ଜନ୍ତୁଙ୍କ ସ୍ୱାଭାବିକ କିମ୍ବା ଅସ୍ୱାଭାବିକ ମୃତ୍ୟୁ ହେଲେ ବନ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି । ଢେଙ୍କାନାଳ ଡିଭିଜନରେ ଫରେଷ୍ଟ ଗାର୍ଡ୍ ଓ ଫରେଷ୍ଟରଙ୍କ ବିରୁଦ୍ଧରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରାଯାଉ । ବର୍ତ୍ତମାନ ପରିସ୍ଥିତିରେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଏକ ପ୍ରକାର ସଂଘର୍ଷ ଚାଲିଛି । ତେବେ ଏହାର ପ୍ରକୃତ ଶିକାର ବନ କର୍ମଚାରୀମାନେ ହେବା ମଧ୍ୟ ଦେଖାଯାଉଛି । ଏଣୁ ମଣିଷ ଓ ବନ୍ୟଜନ୍ତୁ ସଂଘର୍ଷ ପରିପ୍ରେକ୍ଷୀରେ ବନପାଳ ଓ ବନରକ୍ଷୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ତଥା ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡ୍ୟୁଓର୍ ଜାରି କରାଯାଉ । ଏଥିପାଇଁ ବିଟ୍ ଓ ସେକ୍ସନର ପୁର୍ନଗଠନ ସହିତ ଅଧିକ ୯୦୦ ବିଟ୍ ଓ ୩୦୦ଟି ସେକ୍ସନ ଗଠନ ପାଇଁ ପଦକ୍ଷେପ ନିଆଯାଉ । ଏଥିପାଇଁ ଆବଶ୍ୟକ ୯୦୦ଟି ନୂତନ ଫରେଷ୍ଟ ଗାର୍ଡ ପଦବୀ ସୃଷ୍ଟି ଓ ନିଯୁକ୍ତି ଦିଆଯାଉ । ବନ କର୍ମଚାରୀମାନଙ୍କୁ ଉଚ୍ଚ ପଦସ୍ଥ ଅଫିସରମାନେ ଘରୋଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏହାସହିତ ଜରୁରୀକାଳୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡିଗୁଡିକୁ ମଧ୍ୟ ସେମାନେ ବ୍ୟବହାର କରୁଛନ୍ତି । ଏସବୁର କ୍ରାଇମ ବ୍ରାଞ୍ଚ ତଦନ୍ତ ସହିତ ୱାର୍କିଂ ପ୍ଲାନ୍, ସିଲ୍ଭିକଲ୍ଚର୍ ଓ ଟ୍ରେନିଂ ସ୍କୁଲରେ ନିୟୋଜିତ ଶତାଧିକ ଫରେଷ୍ଟ ଗାର୍ଡ ତଥା ଫରେଷ୍ଟରଙ୍କୁ ନିଜ ମୂଳ ଦାୟିତ୍ୱକୁ ଫେରାଇ ଅଣାଯାଉ ।

Pearl dental clinic
Near Ashish Medical Store, Bhawanipatna

ଗତ ୨୦୦୮ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟର ୫୦ଟି ସ୍ଥାନରେ ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ୍ ଗଠନ ସହିତ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ, ଅତ୍ୟାଧୁନିକ ସରଞ୍ଜାମ, ଗସ୍ତ ଖର୍ଚ୍ଚ ପ୍ରଦାନ କରାଯାଉ । ବନ୍ୟଜନ୍ତୁ ଅନୁସରଣ, ନିଆଁଲଭା ଆଦି କାର୍ଯ୍ୟରେ ନିୟୋଜିତ ସାମୟିକ କର୍ମଚାରୀଙ୍କ ଡ୍ରେସକୋଡ ସହ ସେମାନଙ୍କ ପରିଚାଳନା ପାଇଁ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ଗଠନ କରାଯାଉ । ବର୍ଷ, ମାସ, ସପ୍ତାହର ପ୍ରତିଟି ଦିନ ଓ ଘଣ୍ଟା ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଫରେଷ୍ଟଗାର୍ଡମାନଙ୍କ ସେବାକୁ ୨୪ ଘଣ୍ଟିଆ ସେବା ଘୋଷଣା ସହିତ ତତ୍ଜନିତ ସୁବିଧା ସୁଯୋଗ ଦିଆଯାଉ । ଉପରୋକ୍ତ ଦାବିଗୁଡିକୁ ନେଇ ଓଡିଶା ଅଣଗେଜେଟେଡ୍ ବନ କର୍ମଚାରୀ ସଂଘ ଆନ୍ଦୋଳନ ଡାକରା ଦେଇଛି ।

Udyog Nursery
Udyogi Nursery

ଆନ୍ଦୋଳନରେ ସାମିଲ ହେଲେ ବିଶ୍ବନାଥପୁର ବନାଞ୍ଚଳର ସମସ୍ତ କର୍ମଚାରୀ

ରାଜ୍ୟ ସଂଘର ଡାକରାରେ ଆଜିଠୁ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ୱନାଥ ବନାଞ୍ଚଳର ସମସ୍ତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଆନ୍ଦୋଳନରେ ଭାଗ ନେଇଥିବାବେଳେ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୫ ତାରିଖ ଯାଏଁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ବିଶ୍ୱନାଥପୁର ବନାଞ୍ଚଳ ପକ୍ଷରୁ ଡେପୁଟି ରେଞ୍ଜର ଶୈଳେଶ କୁମାର ବିଶି, ଫରେଷ୍ଟର ଜୟଦେବ ମାଝୀ, ଫରେଷ୍ଟ ଗାର୍ଡ  ବିନୋଦ ବିହାରୀ ନାଏକ, ଅରୁଣ କୁମାର ହରିଚନ୍ଦନଙ୍କ ନେତୃତ୍ୱରେ ୫ଟି ସେକ୍ସନ ଓ ୧୯ଟି ବିଟ୍ର ୫ ଜଣ ଫରେଷ୍ଟର, ୧୬ ଜଣ ଫରେଷ୍ଟଗାର୍ଡ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଏନେଇ ଉପରୋକ୍ତ ଦାବିପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଜଙ୍ଗଲ ମନ୍ତ୍ରୀ, ଜଙ୍ଗଲ ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ପଠାଯାଇଥିବାବେଳେ ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରୁ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Report by :

Sushil Kumar Bag, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.