ଧାନର କଟନୀ ଛଟନୀରେ ଅତିଷ୍ଟ ଚାଷୀ, ଜିଲ୍ଲା ପ୍ରଶାସନ ଧ୍ୟାନ ଦେବେକି ?

ସୋନପୁର,୨୧/୧୨ : ଚାଷୀଙ୍କ ଧାନ ବିକ୍ରି ସମ୍ପର୍କରେ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ସଂମ୍ପୃକ୍ତ ପେକ୍ସଗୁଡିକୁ ଧାନ ବିକିବା ପାଇଁ ଚାଷୀଙ୍କ ଟୋକନ୍‍ ଭୁବନେଶ୍ୱରରୁ ଅନ୍ଲାଇନ୍ ମେସେଜ୍ ରେ ଆସୁଛି । ଟାର୍ଗଟ ଅନୁସାରେ ଅଧାରୁ ଅଧିକ ଧାନ ଜିଲ୍ଲା ପ୍ରସାସନ କିଣିଥିବା କଥା ଜିଲ୍ଲା ପ୍ରସାସନ କହୁଥିବା ବେଳେ କିଛି ନିୟମ ଯୋଗୁଁ ଧାନ ବିକ୍ରି ପାଇଁ ଚାଷୀ ଦୀର୍ଘ ଦିନ ଧରି ଅପେକ୍ଷା କରି ରହୁଛନ୍ତି । ଫଳରେ ଖଳା ଓ ମଣ୍ଡି ଗୁଡିକରେ ଧାନ ଗଚ୍ଛିତ ରଖିବାକୁ ବାଧ୍ୟ ହେଉଛନ୍ତି । ମିଲର ନ ଆସିଲେ ଧାନ କିଣା ବି ବେଳେ ବେଳେ ବନ୍ଦ ରହୁ ଥିବା ଦେଖା ଯାଇଛି । ଏହା ସହ କଟନୀ ଛଟନୀ ଚାଷିଙ୍କ ପାଇଁ ମୁଖ୍ୟ ସମସ୍ୟା ପାଳଟିଛି । କୁଇଣ୍ଟାଲ ପିଛା ୫ ରୁ ୮ କେଜି ବି କଟା ଯାଉଥିବା ଚାଷି ମହଲରୁ ଶୁଣିବାକୁ ମିଳୁଛି । କିଛି ଚାଷିଙ୍କ ଧାନ ଅନକେ ଦିନ ଧରି ମଣ୍ଡିରେ ପଡିରହୁଛି ତ କାହର ପଇସା ପାଇବାରେ ବିଳମ୍ବ ହେଉଛି । ଜିଲ୍ଲାପାଳ ଚାଷିଙ୍କ ସମସ୍ୟାକୁ ଧ୍ୟାନ ଦେବା ପାଇଁ କହୁଥିବା ବେଳେ ଏହି ସମସ୍ୟା ଗୁଡିକ ଏବେ ଚାଷିଙ୍କ ପାଇଁ ଚିନ୍ତାର କାରଣ ପଲଟିଛି । ଯାହା ଫଳରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ସମସ୍ୟା ଦେଖାଦେଇଛି । ସୋନପୁର ଜିଲ୍ଲାରେ ଆଜିର ଦିନରେ କୁଲି ମଜୁରୀ ଅଭାବ ସତ୍ତ୍ବେ ଚାଷୀ ମେସିନ ସାହାଯ୍ୟରେ ଧାନ କାଟୁଛନ୍ତି । କିନ୍ତୁ ପେକ୍ସ ଗୁଡିକୁ ଚାଷୀମାନଙ୍କ ପି-ପାସ ମେସେଜ ଓ ଧାନ କିଣା ରେ ବିଳମ୍ବ ହେଉଥିବାରୁ ଅମଳ ପରେ ଧାନ କେଉଁଠି ଗଚ୍ଛିତ ରଖିବେ ସେ ନେଇ ଚିନ୍ତାରେ ପଡିଯାଇଥିବା ବେଳେ ସେଥିପାଇଁ ଖେତରୁ ଧାନ ଅମଳ କରିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତ । ଫଳରେ ଚାଷୀ ଧାନ ବିକିବା ପାଇଁ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ୟା ସମ୍ପକୟଙ୍କର ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରାଙ୍କୁ ପଚାରିବାରୁ ଆସନ୍ତା ୨/୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଏଥିପ୍ରତି ସୁବର୍ଣ୍ଣପୁର ଜିଲାପାଳ ଦୃଷ୍ଟିଦେଇ ଯଥାଶିଘ୍ର ଚାଷୀ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
____________________________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.