ଆଞ୍ଚଳିକ ଶୌଣ୍ଢିକ ସମାଜର ସଧାରଣ ବୈଠକ

ସମାଜରେ ସାମାଜିକ ଲୋକଙ୍କୁ ସହଯୋଗ ଉପରେ ଗୁରୁତ୍ଵ

କୋକସରା,୨୨/୧୨ : ଲଡୁଗାଁ ସ୍ଥିତ ଶରତ ଚୋୖଧୁରୀଙ୍କ ସଭାଗୃହରେ ଆଞ୍ଚଳିକ ଶୌଣ୍ଢିକ ସମାଜର ଏକ ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋକସରା ବ୍ଲକ୍ ଶୌଣ୍ଢିକ ସମାଜର ସଭାପତି ଶ୍ରୀ ହେମନ୍ତ ସାହୁ ଏହି କାର୍ଯ୍ୟକ୍ରମର ଆବାହକ ଓ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ଦକ୍ଷିଣ ଶୌଣ୍ଢିକ ମହାସଭା ଗଠନ ନିମନ୍ତେ ସମସ୍ତଙ୍କ ସହମତି ପ୍ରଦାନ କରାଯାଇଥିଲା । ସମାଜରେ ସାମାଜିକ ଲୋକଙ୍କୁ ସହଯୋଗ ଉପରେ ଅଧିକ ଗୁରୁତ୍ଵ ପ୍ରଦାନ ନିମନ୍ତେ ଆଲୋଚନା ହୋଇଥିଲା। ସଙ୍ଗଠନ କିପରି ସୁଦୃଢ ରହିବ ଓ ପରସ୍ପର ମଧ୍ୟରେ ଭାତ୍ରୁତ୍ୱ ଭାବ ରଖି ସାମାଜିକ,ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କିପରି ସଦାବେଳେ ସହଯୋଗ ପ୍ରଦାନ କରୁଥିବେ ସେଥିପ୍ରତି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଓ ନିମ୍ନ ଆର୍ଥିକ ସ୍ଥିତରେ ଥିବା ପରିବାରକୁ କିପରି ସାମାଜିକ ମାଧ୍ୟମରେ ସହଯୋଗ କରାଯିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାପାଇଁ ସଂଘ ର ସଭାପତି ହେମନ୍ତ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ରାମପ୍ରସାଦ ସାହୁ, ସିମାଞ୍ଚଲ ସାହୁ,କ୍ରୁତିବାସ ସାହୁ, ଅର୍ଜୁନ ସାହୁ,ତରୁମଣି ସାହୁ, ନୀଳମଣି ସାହୁ, ଶଙ୍କର ଚୌଧୁରୀ, ସତ୍ୟ ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ କୁ ଅଚ୍ୟୁତ ସାହୁ ପରିଚାଲନା କରିଥିଲେ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.