ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ୧୭ତମ ପ୍ରତିଷ୍ଠା ଦିବସ ତଥା ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଭବାନୀପାଟଣା,୧୩/୧ : ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ସ୍ୱାମୀ ବିବେକାନନ୍ଦ ଙ୍କ ୧୫୭ତମ ଜନ୍ମ ବାର୍ଷିକ ତଥା ସ୍କୁଲର ୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସ ରେ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକ ଅଧ୍ୟକ୍ଷତା କରିବା ସହ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଦିବସ ଅବସରରେ ଡ଼ଃ ନୃପରାଜ ସାହୁ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଯୁଗ୍ମ ସଚିବ, ଭୁବନେଶ୍ୱର) ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହିତ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଜୟ କୁମାର ସିଂହ (ଓଇସ(୧) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି) ମୁଖ୍ୟ ବକ୍ତା ଏବଂ ଶରତ ଚନ୍ଦ୍ର ଶ୍ରୀଚନ୍ଦନ (ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି) ଓ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ତତ୍ ସହିତ ସ୍କୁଲର ସଭାପତି ଅବସର ପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ସାମଲ ଯୋଗଦେଇଥିଲେ।

Udyog Nursery
Udyogi Nursery

ସମସ୍ତ ଅତିଥି ବୃନ୍ଦ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ତଥା ମହତବାଣୀ ବିଷୟରେ ଆଲୋଚନା କରିଥିଲେ ଏବଂ ସ୍କୁଲର ମୁଖପତ୍ର “ସ୍ୱାଭିମାନ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା। ଏହି ମହାନ ଦିବସରେ ୪୨ଜଣ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରିଥିବାବେଳେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତଙ୍କୁ ବିବେକଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

ବାର୍ଷିକ କ୍ରୀଡ଼ା ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ମହାନ ଦିବସ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ। ଛାତ୍ର ଓଁମ ଧୋନି ତ୍ରିପାଠୀ ଅତିଥି ସ୍ୱାଗତ କରିଥିବା ବେଳେ ଛାତ୍ର ଆଶୁତୋଷ ସାହୁ ଅତିଥି ପତିଚୟ କରିଥିଲେ। ଶେଷରେ ଶିକ୍ଷୟତ୍ରୀ କନ୍ୟାକୁମାରି ନାୟକ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ।

__________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.