ଗାତରେ ପଡିଥିବା ଗାଈକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ରାୟଗଡ,୬/୨ : ରାୟଗଡ ସହରର ହୋଟେଲ ତେଜସ୍ୱୀ ଇଂଟରନ୍ୟାସନାଲ ସମ୍ମୁଖ ପଡିଆରେ ଥିବା ଏକ ବଡ ଗାତ ଭିତରେ ପଡିଯାଇଥିବା ଗୋଟିଏ ଅସହାୟ ଗାଈକୁ ଉଦ୍ଧାର କରିଛି ରାୟଗଡ ଅଗ୍ନିଶମ ବାହିନୀ । ମିଳିଥିବା ସୂଚନା ପ୍ରକାରେ ହୋଟେଲ ତେଜସ୍ୱୀରେ ଗତ ବୁଧବାର ରାତ୍ରରେ ଏକ ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା । ଏହି ଭୋଜିରେ ଅତିଥିମାନେ ଖାଇଥିବା ଅଇଁଠା କାଗଜ ଖଲିପତ୍ରଗୁଡିକ ହୋଟେଲ ସମ୍ମୁଖରେ ଥିବା ଏକ ବଡ ଗାତ ଭିତରେ ପକେଇ ଦିଆଯାଇଥିଲା । ଫଳରେ ଖାଦ୍ୟ ସନ୍ଧାନରେ ବୁଲୁଥିବା ଗାଈଟି ଉକ୍ତ ଗାତରେ ପଡିଥିବା ଭୋଜି ଖାଦ୍ୟ ପାଇବା ପାଇଁ ଗାତ ଭିତରକୁ ଓହ୍ଳାଇ ପଡି ଆଉ ବାହାରି ପଡି ନ ଥିଲା । ଫଳରେ ସକାଳ ବେଳକୁ ଭୋଜି ଖାଦ୍ୟ ଖାଇ ତାହାର ପେଟ ଫୁଲି ଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଅଂଚଳର କିଛି ଲୋକେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀ ହାବିଲଦାର ପିତାମ୍ବର ସାହୁଙ୍କ ସମେତ ଆଗ୍ନିକ କର୍ମଚାରୀମାନେ ଆସି ଦଉଡି ସାହାର୍ଯ୍ୟରେ ଗାଇଟିକୁ ଗାତ ଭିତରୁ ଉଦ୍ଧାର କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଭୋଜିର ଅଇଁଠା ଖାଦ୍ୟଗୁଡିକକୁ ଅନ୍ୟତ୍ର ଅଳିଆ ଗଦା କିମ୍ବା ପୈାରସଂସ୍ଥାର ବର୍ଜ୍ୟବସ୍ତୁ ନେଉଥିବା ଗାଡିରେ ନ ପକାଇ ଖୋଲା ପଡିଆ, ଖାଲି ଗାତ ଆଦି ସ୍ଥାନରେ ଫୋପାଡି ଦିଆଯାଉଥିବାରୁ ଗାଇ, କୁକୁର, ଘୁଷୁରୀ ଆଦି ପଶୁମାନେ ଏହାକୁ ଖାଇବାକୁ ଯାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୈାର ପରିଷଦ ପକ୍ଷରୁ ରାୟଗଡ ସହରକୁ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚ୍ଛନ ରଖିବାକୁ ଚେଷ୍ଠା କରାଯାଉଥିବା ବେଳେ ହୋଟେଲଗୁଡିକରେ ଅନୁଷ୍ଠିତ ବିବାହ, ବ୍ରତ, ସଭା, ସମିତିର କାର୍ଯ୍ୟକ୍ରମଗୁଡିକର ବଳକା ବାସିଖାଦ୍ୟଗୁଡିକ ଏପରି ଭାବେ ଫୋପାଡି ଦିଆଯାଉଥିବାରୁ ପରିବେଶ ଦୂଷିତ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ହଇରାଣ ହେବାକୁ ପଡୁଛି ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.