ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ମାର୍ଚ୍ଚ ୨୫ ତାରିଖରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଉଲୁଣ୍ଡା,୭/୨ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ତ୍ରିବେଣୀ ଛକ ସ୍ଥିତ ଜୟ ଦୁର୍ଗା କ୍ଳବ ଉଦ୍ୟମରେ ନବନିର୍ମିତ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶୁଭସ୍ତମ୍ବ ସ୍ଥାପନ ହୋଇ ଯାଇଛି । ଏଥିରେ ସନ୍ତୋଷ ମିଶ୍ର,ପର୍ଶୁରାମ ମେହେର ଓ ଭଜନଲାଲ ଅଗ୍ରୱାଲ ସପତ୍ନୀକ କର୍ତା ଦାୟିତ୍ୱ ତୁଲାଇଥିବାବେଳେ ପୂଜକ ପଣ୍ଡିତ ମନୋରଞ୍ଜନ ଦାସ ପୂଜାକର୍ଯ୍ୟ ସମ୍ପାଦନ କରିଥିଲେ । ଏହା ମାର୍ଚ୍ଚ ୨୫ ତାରିଖ ରୁ ଆରମ୍ଭ ହୋଇ ଅପ୍ରେଲ ୪ ତାରିଖ ଯାଏଁ ଚାଲିବ ବୋଲି ଦିନ ଧାର୍ଯ୍ୟ ହୋଇଥିବାବେଳେ ଦଶ ଦିନ ବ୍ୟାପି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ।

ମାର୍ଚ୍ଚ ୨୫ ତାରିଖରେ କଲସଯାତ୍ରା,୨୬ ତାରିଖରେ ରତ୍ନମୁଦ ସ୍ଥାପନ ଓ ସୁନ୍ଦରାକାଣ୍ଡ ପାରାୟଣ ୨୭ ତାରିଖ ରେ, ଚଣ୍ଡୀ ପାଠ ଓ ଧ୍ୟାନାଭିଷେକ, ୨୮ରୁ୩୦ ତାରିଖ ପର୍ଯ୍ୟନ୍ତ ଚବିଶ ପ୍ରହରୀ ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ମାର୍ଚ୍ଚ ୨୬ ରୁ ଅପ୍ରେଲ ୪ ତାରିଖ ପର୍ଯ୍ୟନ୍ତ ନବରାତ୍ର ପୂଜା ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଉଲୁଣ୍ଡାରୁ ଶାନ୍ତନୁ କର୍ଣ୍ଣଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.