ପଲସାପଡାରେ ଶ୍ୟାମ ବାବାଙ୍କ ଫାଲଗୁନ ମେଳା

ନିଶାନ୍ ପଦଯାତ୍ରା ସହ ଶ୍ୟାମ ବାବାଙ୍କ ଜୟ ଜୟ କାର ଧ୍ବନୀରେ ମୁଖରିତ ହେଲା ପରିବେଶ

ନର୍ଲା,୭/୩ : ଭାରତୀୟ ଧର୍ମ ସଂସ୍କୃତିରେ ଫାଲଗୁନ ମାସର ଜଥେଷ୍ଟ ଗୁରୁତ୍ବ ରହିଛି । ଋତୁରାଜ ବସନ୍ତର ଆଗମନ ସହ ଧରା ଅପୂର୍ବ ଶୋଭା ସମ୍ଭାର ଧାରଣ କରିଥାଏ । ମଳୟ ପବନ ଜୀବନରେ ନୂତନ ଉନ୍ମାଦନା ସୃଷ୍ଟି କରିଥାଏ । ଫଗୁଣକୁ ନେଇ କବି, ଲେଖକଙ୍କ ଲେଖନୀରୁ କେତେଯେ କାବ୍ୟ କବିତା ସୃଷ୍ଟି ହୋଇଛି ତା’ର କଳନା ନାହିଁ । ଫଗୁଣ ସହ ଯୋଡି ହୋଇଯାଇଛି ଅନେକ ପର୍ବପର୍ବାଣୀ । ସେଥି ମଧ୍ୟରୁ ଶ୍ୟାମ ବାବାଙ୍କ ଫଗୁଣ ମେଳା ଅନ୍ୟତମ ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଫଲସାପଡା ଗାଁରେ ଶ୍ୟାମ ବାବାଙ୍କ ଫାଲଗୁନ ମେଳା ଅନୁଷ୍ଠିତ ହୋଇଯାଇଛି । ରୁପ୍ରାରୋଡରର ଜଗଜୀବନ ଛୋଟେଲାଲ ଶର୍ମା (ଶ୍ୟାମ ପରିବାର)ଙ୍କ ଘରୁ ବାବାଙ୍କ ନିସାନ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ, ରୁପ୍ରାରୋଡ, ପଲସାପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣାରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

ଶ୍ୟାମ ବାବାଙ୍କ ଜୟ ଜୟ କାରରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ରୁପ୍ରାରୋଡରୁ ଏକ ସୁସଜ୍ଜିତ ରଥରେ ଶ୍ୟାମ ବାବାଙ୍କୁ ଉପବେଶନ କରାଇ ବାହାରିଥିବା ଏହି ନିଶାନ ଶୋଭାଯାତ୍ରା ପଲସାପଡାରେ ପହଞ୍ଚିଥିଲା । ସେଠାରେ ବାବାଙ୍କ ନିଶାନ ସ୍ଥାପନ ହୋଇଥିଲା । ଆଜି (ଶନିବାର) ଶ୍ୟାମ ପରିବାର ତରଫରୁ ପଲସାପଡା ଶ୍ୟାମ ମନ୍ଦିରରେ ବିଶାଳ ଭଣ୍ଡାରାର ଆୟୋଜନ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟଯେ, ୧୯୭୪ ମସିହାରେ ଶ୍ୟାମ ଭକ୍ତ ଜଗଜୀବନ ଛୋଟେଲାଲ ଶର୍ମାଙ୍କ ଦ୍ବାରା ପଲସାପଡା ଗ୍ରାମ ଠାରେ ଶ୍ୟାମ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହୋଇଥିଲା । ପ୍ରତିବର୍ଷ ପାରମ୍ପାରିକ ରିତିନିତି ଅନୁକ୍ରମେ ବାବାଙ୍କ ଫାଲଗୁନ ମେଳା ଆୟୋଜିତ ହୋଇ ଆସୁଛି । ଏହି ମେଳା ଧର୍ମିୟ ଭାବନା ସହ ଅଞ୍ଚଳରେ ଭାତୃଭାବ ଓ ସଦ୍ଭାବନା ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇପାରିଛି ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.